ନିଶ୍ଚିନ୍ତକୋଇଲିରୁ ବିପୁଳ ପରିମାଣର ମଦ ଜବତ
ଭୁବନେଶ୍ୱର, 9 ମଇ (ହି.ସ.)- କଟକ ନିଶ୍ଚିତକୋଇଲି ଏରକଣା ବଜ଼ାର ନିକଟରୁ ମଦ ଜବତ। ଏକ ଘରୁ 120 ପେଟି ମଦ ଜବତ କରିଛି କଟ
ନିଶ୍ଚିନ୍ତକୋଇଲିରୁ ବିପୁଳ ପରିମାଣର ମଦ ଜବତ


ଭୁବନେଶ୍ୱର, 9 ମଇ (ହି.ସ.)- କଟକ ନିଶ୍ଚିତକୋଇଲି ଏରକଣା ବଜ଼ାର ନିକଟରୁ ମଦ ଜବତ। ଏକ ଘରୁ 120 ପେଟି ମଦ ଜବତ କରିଛି କଟକ ଜିଲ୍ଲା ଅବକାରୀ ବିଭାଗ। ଜଣେ ଅଭିଯୁକ୍ତକୁ ଅଟକ ରଖି ପଚାର ଉଚାର କରୁଛି ଅବକାରୀ ବିଭାଗ। ସ୍ପେଶାଲ ଡ୍ରାଇଭରେ ଗତ ମାର୍ଚ୍ଚ ମାସରୁ ଏପର୍ଯ୍ୟନ୍ତ 466ଟି ଅବକାରୀ ମାମଲା ହୋଇଛି। ଏଥିରେ 478 ଜଣ ଗିରଫ ହୋଇଛନ୍ତି। ସେହିପରି 240 କେଜି ଗଞ୍ଜେଇ ଓ 1118 ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ଏହାସହିତ 36455 ଦେଶୀ ମଦ ଜବତ ହୋଇଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଅବକାରୀ ବିଭାଗ ଅଧିକ୍ଷକ ଦେବାଶିଷ ପଟେଲ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande