ବିରୋଧୀ ଦଳର ମିଳିତ ମଞ୍ଚ ହେଉଛି ଦୁର୍ନୀତିଗ୍ରସ୍ତ ଲୋକଙ୍କ ସମାବେଶ-ଜେପି ନଡ୍ଡା
ଚିତ୍ରକୂଟ, 9 ମଇ (ହି.ସ.)- ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଚିତ୍ରକୂଟର ନିର୍ବାଚନୀ ଜନସଭାରେ ବିରୋଧୀ ଦଳର
ବିରୋଧୀ ଦଳର ମିଳିତ ମଞ୍ଚ ହେଉଛି ଦୁର୍ନୀତିଗ୍ରସ୍ତ ଲୋକଙ୍କ ସମାବେଶ-ଜେପି ନଡ୍ଡା


ଚିତ୍ରକୂଟ, 9 ମଇ (ହି.ସ.)- ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଚିତ୍ରକୂଟର ନିର୍ବାଚନୀ ଜନସଭାରେ ବିରୋଧୀ ଦଳର ମେଂଟ ଆଇଏନଡିଆଇଏ ଉପରେ ନିଶାନା ସାଧିଛନ୍ତି । ନଡ୍ଡା କହିଛନ୍ତି ଯେ, ଏହି ମେଂଟ ଦୁର୍ନୀତିଗ୍ରସ୍ତ ଲୋକଙ୍କ ସମାବେଶ ଅଟେ । ମୋଦି କୁହନ୍ତି-ଦୁର୍ନୀତି ହଟାଅ, ବିରୋଧୀ ମେଂଟ କହନ୍ତି-ଦୁର୍ନୀତିଗ୍ରସ୍ତଙ୍କୁ ବଂଚାଅ । ଏହି ସମସ୍ତେ ପରିବାରବାଦୀ ଲୋକ ଅଟନ୍ତି ।

ବିଜେପି ଅଧ୍ୟକ୍ଷ ନଡ୍ଡା ଚିତ୍ରକୂଟରୁ ବିଜେପି ପ୍ରାର୍ଥୀ ଆରକେ ସିଂହ ପଟେଲଙ୍କ ସମର୍ଥନରେ ଜନସଭାକୁ ସମ୍ବୋଧିତ କରିଛନ୍ତି । ନଡ୍ଡା କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ଜଣେ କମାଣ୍ଡର ତଥା ପରାମର୍ଶଦାତା ଚର୍ମ ଆଧାରରେ ଭାରତକୁ ବିଭାଜନ କରିବା ବିଷୟରେ କହିଛନ୍ତି। ଏଭଳି ଲୋକେ ଭାରତର ସଂସ୍କୃତି ସହିତ ଖେଳୁଛନ୍ତି । ଆଜିକାଲି ରାହୁଲ ଗାନ୍ଧି ସମ୍ବିଧାନର କପି ନେଇ ବୁଲୁଛନ୍ତି । ସମ୍ବିଧାନରେ ବାବା ସାହେବ ଆମ୍ବେଦକର ଲେଖିଛନ୍ତି ଯେ, ସଂରକ୍ଷଣ ଧର୍ମ ନାମରେ ହେବା ନାହିଁ, କିନ୍ତୁ କଂଗ୍ରେସ ଦଳିତ, ଆଦିବାସୀ, ପଛୁଆବର୍ଗ ଓ ଅତିପଛୁଆବର୍ଗଙ୍କ ଅଧିକାର ଛଡାଇ ନେଇ ଧର୍ମ ଆଧାରରେ ସଂରକ୍ଷଣ ଦେବାକୁ ଚାହୁଁଛି ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande