ଓଡିଶା ଗସ୍ତରେ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ
ଭୁବନେଶ୍ୱର, 27 ଜୁଲାଇ (ହି.ସ.) - ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଂଚିଛନ୍ତି କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ର ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ । ସେ ଭୁବନେଶ୍ୱର, ସମ୍ବଲପୁର ଏବଂ ଅନୁଗୁଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଆଜି ପ୍ରଥମେ ଭୁବନେଶ୍ୱର ସ୍ଥିତ ନାଲକୋ କର୍ପୋରେଟ ଅଫି
ଓଡିଶା ଗସ୍ତରେ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ


ଭୁବନେଶ୍ୱର, 27 ଜୁଲାଇ (ହି.ସ.) - ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଂଚିଛନ୍ତି କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ର ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ । ସେ ଭୁବନେଶ୍ୱର, ସମ୍ବଲପୁର ଏବଂ ଅନୁଗୁଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଆଜି ପ୍ରଥମେ ଭୁବନେଶ୍ୱର ସ୍ଥିତ ନାଲକୋ କର୍ପୋରେଟ ଅଫିସରେ ସମୀକ୍ଷା ବୈଠକରେ ଯୋଗ ଦେବେ କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ର ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ ।

ଭୁବନେଶ୍ୱରରେ ପହଂଚିବା ପରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପୂର୍ବ ସରକାର ଏବେ ସରକାର ମଧ୍ୟରେ ବହୁତ ତଫାତ ଅଛି । କୌଣସି ରାଜ୍ୟକୁ ଅବହେଳା କରାଯିବନି, ହକ୍ ଅନୁସାରେ ସବୁ ମିଳିବ । କୋଇଲା ଖଣି ରୟାଲିଟି ଉପରେ ନୀତି ଆୟୋଗ ବୈଠକରେ ନିଷ୍ପତି ହେବ । ବିଦେଶରୁ ଆମଦାନୀ ହେଉଥିବା ଖଣି ଉପରେ ଭାରତରେ ସର୍ଭେ ଚାଲିଛି । ସର୍ଭେ ଚାଲିଛି, ଯେଉଁଠି ବାହାରିବ ସେ ଦିଗରେ କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ ।

ହିନ୍ଦୁସ୍ଥାନ ସମାଚାର

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande