ଭୋପାଳ, 8 ଅଗଷ୍ଟ (ହି.ସ.)
- ଉଜ୍ଜୟିନୀର ବିଶ୍ୱ ପ୍ରସିଦ୍ଧ ଶ୍ରୀ ମହାକାଳେଶ୍ୱର ମନ୍ଦିରର
ଦ୍ୱିତୀୟ ତଳରେ ଶ୍ରୀ ନାଗଚନ୍ଦ୍ରେଶ୍ୱର ମନ୍ଦିରର
ଦ୍ୱାର ବର୍ଷକୁ ଥରେ 24ଘଂଟା କେବଳ ନାଗପଂଚମୀ ଦିନ ଖୋଲିଥାଏ । ନାଗପଂଚମୀ ପର୍ବ ଅଗଷ୍ଟ 9ରେ
ପାଳନ ହେବ । ଆଜି ଅଗଷ୍ଟ 8 ଗୁରୁବାର ରାତି 12ରେ ଦ୍ୱାର ଖୋଲାଯିବ । ଅଗଷ୍ଟ 9 ଶୁକ୍ରବାର ରାତି
12ଟା ଯାଏ ଦର୍ଶନ କରାଯିବ । ମହାକାଳେଶ୍ୱର ମନ୍ଦିର ପ୍ରବନ୍ଧ କମିଟିର ଅଧ୍ୟକ୍ଷର କଲେକ୍ଟର ନୀରଜ
କୁମାର ସିଂହଙ୍କ ଅନୁସାରେ ନାଗଚନ୍ଦ୍ରେଶ୍ୱର ଓ ମହାକାଳର ଦର୍ଶନ ପାଇଁ ଭିନ୍ନ ଭିନ୍ନ ମାର୍ଗ
ନିର୍ଦ୍ଧାରଣ କରାଯିବ । ତ୍ରିବେଣୀ ସଂଗ୍ରହାଳୟରୁ 40 ମିନିଟରେ ମହାକାଳଙ୍କ ଦର୍ଶନ କରାଯାଇପାରିବ
। ସୂଚନାଯୋଗ୍ୟ ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗର ଗର୍ଭଗୃହର ଉପରେ ଓମକାରେଶ୍ୱର ମନ୍ଦିର ରହିଛି
। ଏହାରେ ଶୀର୍ଷରେ ନାଗଚନ୍ଦ୍ରେଶ୍ୱରର ମନ୍ଦିର ରହିଛି ।
ହିନ୍ଦୁସ୍ଥାନ ସମାଚାର
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା / ସମନ୍ୱୟ