ବଳରାମପୁର ଜିଲ୍ଲାର ସିଏଏଫ୍ କ୍ୟାମ୍ପରେ ଯବାନ କଲେ ସହଯୋଗୀମାନଙ୍କ ଉପରେ ଫାୟାରିଂ, ଦୁଇଜଣଙ୍କ ମୃତ୍ୟୁ
ବଳରାମପୁର/ରାୟପୁର, ୧୮ ସେପ୍ଟେମ୍ବର(ହି.ସ.) – ଛତିଶଗଡ଼ର ବଳରାମପୁର ଜିଲ୍ଲାର ସାମରୀ ଥାନା ଅଂଚଳର ଭୁତାହୀ ମୋଡ଼ରେ ଥିବା ଛତିଶଗଡ଼ ସଶସ୍ତ୍ରବଳ(ସିଏଏଫ୍‌)ର କ୍ୟାମ୍ପରେ ବୁଧବାର ସକାଳେ ଜଣେ ଯବାନ ନିଜ ରାଇଫଲରୁ ନିଜ ସାଙ୍ଗମାନଙ୍କ ଉପରେ ଫାୟାରିଂ କରିଦେଇଥିଲା। ଏହି ଘଟଣାରେ ଦୁଇ ଯବାନଙ୍କ ମୃତ୍ୟୁ ହୋଇଛି ଏବ
ବଳରାମପୁର ଜିଲ୍ଲାର ସିଏଏଫ୍ କ୍ୟାମ୍ପରେ ଯବାନ କଲେ ସହଯୋଗୀମାନଙ୍କ ଉପରେ ଫାୟାରିଂ, ଦୁଇଜଣଙ୍କ ମୃତ୍ୟୁ


ବଳରାମପୁର/ରାୟପୁର, ୧୮ ସେପ୍ଟେମ୍ବର(ହି.ସ.) – ଛତିଶଗଡ଼ର ବଳରାମପୁର ଜିଲ୍ଲାର ସାମରୀ ଥାନା ଅଂଚଳର ଭୁତାହୀ ମୋଡ଼ରେ ଥିବା ଛତିଶଗଡ଼ ସଶସ୍ତ୍ରବଳ(ସିଏଏଫ୍‌)ର କ୍ୟାମ୍ପରେ ବୁଧବାର ସକାଳେ ଜଣେ ଯବାନ ନିଜ ରାଇଫଲରୁ ନିଜ ସାଙ୍ଗମାନଙ୍କ ଉପରେ ଫାୟାରିଂ କରିଦେଇଥିଲା। ଏହି ଘଟଣାରେ ଦୁଇ ଯବାନଙ୍କ ମୃତ୍ୟୁ ହୋଇଛି ଏବଂ ଦୁଇ ଯବାନ ଗୁରୁତର ଆହତ ହୋଇଛନ୍ତି। ଘଟଣାର ସୂଚନା ମିଳିବା ପରେ ପୋଲିସ୍ ଅଧୀକ୍ଷକ ରାଜେଶ ଅଗ୍ରୱାଲ ଘଟଣାସ୍ଥଳରେ ପହଂଚିଥିଲେ। ବଳରାମପୁର-ରାମାନୁଜଗଂଜ ଜିଲ୍ଲାରେ ଝାରଖଣ୍ଡର ସୀମାକୁ ଲାଗିଥିବା ଅଂଚଳରେ ନକ୍ସଲି ଗତିବିଧିକୁ ଦେଖି ଭୂତାହୀ ଶିବିରରେ ସିଏଏଫ୍‌ର ୧୧ତମ ବାଟାଲିୟନ ଛାଉଣୀ ଅଛି। ସୂଚନା ଅନୁଯାୟୀ ବୁଧବାର ଦିନ ପ୍ରାୟ ୧୧.୩୦ରେ ସିଏଏଫ୍‌ର ଯବାନ ଅଜୟ ସିଦାର ନିଜ ସାଥୀମାନଙ୍କ ଉପରେ ନିଜର ସର୍ଭିସ ରାଇଫଲରୁ ଗୁଳିଚାଳନା କରିଥିଲେ। ଗୁଳି ଚାଲିବାର ଶବ୍ଦ ଶୁଣି ଦୌଡ଼ିକରି ଘଟଣାସ୍ଥଳରେ ପହଂଚିଥିବା ଯବାନମାନେ ଅଜୟ ସିଦାରଙ୍କୁ ଧରି କାବୁରେ ନେଇଥିଲେ। ଗୁଳି ଲାଗିବାରୁ ଯବାନ ରୂପେଶ ପଟେଲର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ସେଠାରେ ସନ୍ଦୀପ ପାଣ୍ଡେ ଏବଂ ଗାର୍ଡ଼ କମାଣ୍ଡର ଅମ୍ବୁଜ ଶୁକ୍ଲା ଆହତ ହୋଇଥିଲେ। ଦୁହିଁଙ୍କୁ ଚିକିତ୍ସା ପାଇଁ କୁସମୀ ଅଣାଯାଇଥିଲା। ରାସ୍ତାରେ ସନ୍ଦିପ ପାଣ୍ଡେ ମଧ୍ୟ ମୃତ୍ୟୁବରଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande