ମୁମ୍ବାଇରେ ଭଗବାନ ଗଣେଶଙ୍କ ୩୭ ହଜାରରୁ ଅଧିକ ମୂର୍ତିଙ୍କର ବିସର୍ଜନ
ମୁମ୍ବାଇ, ୧୮ ସେପ୍ଟେମ୍ବର(ହି.ସ.) – ମୁମ୍ବାଇରେ ଗଣେଶ ଭକ୍ତମାନେ ହର୍ଷୋଲ୍ଲାସ ସହିତ ଅନନ୍ତ ଚତୁର୍ଦଶୀ ଦିନ ୩୭ ହଜାରରୁ ଅଧିକ ଭଗବାନ ଗଣେଶଙ୍କ ମୂର୍ତିଙ୍କ ବିର୍ଜନ କରାଯାଇଛି। ଭକ୍ତମାନେ ଭଗବାନ ଗଣେଶଙ୍କୁ ପରବର୍ଷ ପୁଣି ଆସିବା ପାଇଁ ମଧ୍ୟ ଆମନ୍ତ୍ରଣ ଦେଇଥିଲେ। ପୁଣେରେ ମଧ୍ୟ ବୁଦବାର ଦିନ ହର୍ଷୋଲ୍ଲ
ମୁମ୍ବାଇରେ ଭଗବାନ ଗଣେଶଙ୍କ ୩୭ ହଜାରରୁ ଅଧିକ ମୂର୍ତିଙ୍କର ବିସର୍ଜନ


ମୁମ୍ବାଇ, ୧୮ ସେପ୍ଟେମ୍ବର(ହି.ସ.) – ମୁମ୍ବାଇରେ ଗଣେଶ ଭକ୍ତମାନେ ହର୍ଷୋଲ୍ଲାସ ସହିତ ଅନନ୍ତ ଚତୁର୍ଦଶୀ ଦିନ ୩୭ ହଜାରରୁ ଅଧିକ ଭଗବାନ ଗଣେଶଙ୍କ ମୂର୍ତିଙ୍କ ବିର୍ଜନ କରାଯାଇଛି। ଭକ୍ତମାନେ ଭଗବାନ ଗଣେଶଙ୍କୁ ପରବର୍ଷ ପୁଣି ଆସିବା ପାଇଁ ମଧ୍ୟ ଆମନ୍ତ୍ରଣ ଦେଇଥିଲେ। ପୁଣେରେ ମଧ୍ୟ ବୁଦବାର ଦିନ ହର୍ଷୋଲ୍ଲାସ ସହିତ ଗଣେଶ ମୂର୍ତୀର ବିସର୍ଜନ କରାଯାଇଛି। ମୁମ୍ବାଇ ନଗର ନିଗମଙ୍କ ଅଧିକାରୀ ବୁଧବାର ଦିନ କହିଛନ୍ତି ଯେ ମୁମ୍ବାଇରେ ଆଜି ସକାଳେ ପର୍ଯ୍ୟନ୍ତ ବିସର୍ଜିତ କରାଯାଇଥିବା ମୋଟ ମୂର୍ତି ମଧ୍ୟରୁ ୩୧,୧୦୫ ଘରୋଇ ଏବଂ ୫,୭୬୨ ସାର୍ବଜନିକ ରୂପେ ପ୍ରଦର୍ଶିତ ମୂର୍ତି ଥିଲେ। ଅଧିକାରୀମାନେ କହିଛନ୍ତି ଯେ ମୁମ୍ବାଇରେ ଗଣପତି ବିସର୍ଜନ ସମୟରେ କୌଣସି ଅପ୍ରିୟ ଘଟଣା ହୋଇନାହିଁ। ମୁମ୍ବାଇର ପ୍ରସିଦ୍ଧ ଲାଲ୍‌ବାଗର ରାଜାଙ୍କ ବିସର୍ଜନ ବୁଧବାର ଦିନ ସକାଳ ଦଶଟାରେ ପୁରା ଭକ୍ତିଭାବରେ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande