ଦେଶରେ ମିଳିଲା ଦ୍ୱିତୀୟ ମଂକି ପକ୍ସ ରୋଗୀ , ଫେରିଥିଲା ଦୁବାଇରୁ
ନୂଆଦିଲ୍ଲୀ, ୧୮ ସେପ୍େଟମ୍ବର (ହିସ) - ଦେଶରେ ମଂକି ପଂକ୍ସର ଦ୍ୱିତୀୟ ମାମଲା ସାମ୍ନାକୁ ଆସିଛି। କେରଳର ମଲପୁରମରେ ଜଣେ ୩୮ ବର୍ଷ ବୟସ୍କ ବ୍ୟକ୍ତିଙ୍କଠାରେ ଏହା ନିଶ୍ଚିତ ହୋଇଛି। ରୋଗୀ ଏକ ସପ୍ତାହ ପୂର୍ବରୁ ଦୁବାଇରୁ ଫେରି ଥିଲେ। କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବିନା ଜର୍ଜ ବୁଧବାର କହିଛନ୍ତି ଯେ ମଲପୁରମର
ଦେଶରେ ମିଳିଲା ଦ୍ୱିତୀୟ ମଂକି ପକ୍ସ ରୋଗୀ , ଫେରିଥିଲା ଦୁବାଇରୁ


ନୂଆଦିଲ୍ଲୀ, ୧୮ ସେପ୍େଟମ୍ବର (ହିସ) - ଦେଶରେ ମଂକି ପଂକ୍ସର ଦ୍ୱିତୀୟ ମାମଲା ସାମ୍ନାକୁ ଆସିଛି। କେରଳର ମଲପୁରମରେ ଜଣେ ୩୮ ବର୍ଷ ବୟସ୍କ ବ୍ୟକ୍ତିଙ୍କଠାରେ ଏହା ନିଶ୍ଚିତ ହୋଇଛି। ରୋଗୀ ଏକ ସପ୍ତାହ ପୂର୍ବରୁ ଦୁବାଇରୁ ଫେରି ଥିଲେ।

କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବିନା ଜର୍ଜ ବୁଧବାର କହିଛନ୍ତି ଯେ ମଲପୁରମର ଏଡବନ୍ନାରେ ଜଣେ ୩୮ ବର୍ଷ ବୟସ୍କ ବ୍ୟକ୍ତିଙ୍କର ଜଣେ ମଂକି ଫକ୍ସରେ ଆକ୍ରାନ୍ତ ହୋଇଥିବା ନିଶ୍ଚିତ ହୋଇଛି। ଉକ୍ତ ବ୍ୟକ୍ତିଙ୍କୁ ମଞ୍ଜେରୀ ମେଡିକାଲ କଲେଜ ହସ୍ପିଟାଲରେ ନଜର ରଖାଯାଇଛି।

ସ୍ୱାସ୍ଥ୍ୟମନ୍ତ୍ରୀ ବୀନା ଜର୍ଜ ଗଣମାଧ୍ୟମକୁ କହିଛନ୍ତି ଯେ ରୋଗୀଙ୍କଠାରୁ ସଂଗ୍ରହ ହୋଇଥିବା ନମୁନାଗୁଡିକ ସରକାରୀ ମେଡିକାଲ କଲେଜ ହସ୍ପିଟାଲର କୋଜିକୋଡରେ ବାୟୋରୋଲୋଜି ଲ୍ୟାବରେ ପରୀକ୍ଷା କରାଯାଇଥିଲା। ରୋଗୀ ସହିତ ସଂସ୍ପର୍ଶରେ ଆସିଥିବା ଏବଂ ବିଦେଶରୁ ଫେରୁଥିବା ସମସ୍ତ ଲୋକଙ୍କ ଠେରେ ଯଦି ସେହିଭଳି ଲକ୍ଷଣ ଦେଖନ୍ତି ତେବେ ଚିକିତ୍ସା ପାଇଁ ସେ ନିବେଦନ କରିଛନ୍ତି।

--

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande