ଭୁବନେଶ୍ୱର, 10 ଜାନୁଆରି (ହି.ସ.)
- ପ୍ରବାସୀ
ଭାରତୀୟ ଦିବସରେ ପିଏମଙ୍କ ଉପସ୍ଥିତି ପାଇଁ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ । ଏକ୍ସ ହ୍ୟାଣ୍ଡେଲରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, 'ପ୍ରବାସୀ ଭାରତୀୟ ଦିବସ'ରେ ଆପଣଙ୍କ ଗରିମାମୟ ଉପସ୍ଥିତି ଏହି କାର୍ଯ୍ୟକ୍ରମକୁ ଆହୁରି ସଫଳ
ଏବଂ ସ୍ୱତନ୍ତ୍ର କରିପାରିଛି। ଆପଣଙ୍କ ମାର୍ଗଦର୍ଶନ ଉପସ୍ଥିତ ସମସ୍ତ ପ୍ରବାସୀ ଭାରତୀୟଙ୍କ ମନରେ
ନୂଆ ଆଶା,
ଉତ୍ସାହ ଏବଂ ଉଦ୍ଦୀପନା ଭରିଦେବା ସହ 'ବିକଶିତ ଭାରତ' ନିର୍ମାଣ ପାଇଁ ଅନୁପ୍ରାଣିତ କରିଛି। ଏଥିପାଇଁ ବ୍ୟକ୍ତିଗତ ଭାବେ
ଆପଣଙ୍କୁ କୃତଜ୍ଞତା ଜଣାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା