ବଲାଙ୍ଗୀର, ୧୪ ଜାନୁଆରୀ(ହି.ସ.) – ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗିର ରେ ୨୨ତମ ଉପଖଣ୍ଡ ସ୍ତରୀୟ ବଲାଙ୍ଗିର ଲୋକ ଉତ୍ସବ ୨୦୨୫ ଉପ-ଜିଲ୍ଲାପାଳ ଆଲୋକ କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ରୂପେ ସୁଶ୍ରୀ ବିଥିକା ଚାଟାର୍ଜୀ, ଡ. ଘାସିରାମ ମିଶ୍ର, କାଲିପ୍ରସାଦ ଷଡଙ୍ଗି ଥିବା ବେଳେ ଏହି ଉତ୍ସବକୁ ପରିଚାଳନା କରିଥିଲେ ମଧୁସୁଦନ ନାଏକ, ଅତିଥି ପରିଚୟ ପ୍ରଦାନ କରିଥିଲେ ମମତା ମେହେର ଡେପୁଟି କଲେକ୍ଟର, ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବଲାଙ୍ଗିର ପ୍ରଥମେ ମା ପାଟଣେଶ୍ୱରୀ ଓ ମା ସମଲେଶ୍ୱରୀଙ୍କ ଦୀପ ପ୍ରଜ୍ଜଳନ କରି ଉପଖଣ୍ଡ ସ୍ତରୀୟ ବଲାଙ୍ଗିର ଲୋକ ଉତ୍ସବ ଉଦ୍?ଘାଟିତ ହୋଇଥିଲା। ଏହି ଉତ୍ସବରେ ପ୍ରଶାନ୍ତ ମହାକୁର ସ୍ୱାଗତ ଅଭିଷାଷଣ ଦେଇଥିଲେ, ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ କଳାକାର ପ୍ରତିଭା ସମ୍ମାନ ସଂକିର୍ତନ ଗୁରୁ ଲକ୍ଷ୍ମଣ କୁମାର ପାଣିଗ୍ରାହୀ ଏବଂ ବରିଷ୍ଠ କଳାକାର ହୃଷିକେଶ ପୁରୋହିତଙ୍କ ଉପଢୈାକନ ସହିତ ମାନପତ୍ର ପ୍ରଦାନ କରାଯାଇଥିଲା। ଲୋକ ବାଦ୍ୟ, ଲୋକ ଗୀତ, ଲୋକ ନୃତ୍ୟ ଓ ଲୋକ ନାଟକ ନେଇ କିଭଳି କଳା ପ୍ରେମୀ ଆଗାମୀ ଦିନରେ ଲୁପ୍ତ ହୋଇଯାଉଥିବା କଳା କୁ ବଂଚାଇ ରଖାଯିବ ତାର ଉପରେ ଗୁରୁତ୍ୱ ଦେବାକୁ ନେଇ ମଂଚାସିନ ଅତିଥିମାନେ ଅଭିଭାଷଣ ପ୍ରଦାନ କରିଥିଲେ। ବଲାଙ୍ଗିର ଉପଖଣ୍ଡର ସମସ୍ତ ବ୍ଲକ ରୁ ଆସିଥିବା କଳାକାରମାନେ ତାଙ୍କ ର କଳା ପ୍ରଦର୍ଶନ କରିଥିଲେ ଏବଂ ତାରି ତାଳେ ତାଳେ ଦର୍ଶକ ଝୁମିଥିଲେ। ପ୍ରଥମେ ଏକକ କଳାକାର ଓ ଦଳୀୟ କଲାକାର ତାଙ୍କର କଳା ପାରଦର୍ଶନ କରିଥିଲେ। କୃଷ୍ଣଗୁରୁ, ଝୁମେର ନାଚ, ହଳିଆ ଗୀତ, ହୁମ ବଉଳି, ରସର କେଳି, ମାଇଲାଜଡ, ଡାଲଖାଇ, ଚୁଟକୁଚୁଟା ସମେତ ଅନ୍ୟାନ୍ୟ ନାଟକ ଓ ଗୀତ ପରିବେଷଣ ହୋଇଥିଲା। ଏହି ଉତ୍ସବରେ ଉଦ୍ଘୋଷକ ଭାବରେ ବିଭୁ କଲ୍ୟାଣ ଗଡତ୍ୟା, ଜ୍ୟୋତି ପ୍ରକାଶ ସାହୁ ଓ ରଶ୍ମିତା ନାଗ ଉଦ୍ଘୋଷଣା କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଦାମୋଦର ବିଶ୍ୱାଲ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ । ଏହି ଉତ୍ସବରେ ବିଭିନ୍ନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ। ବରିଷ୍ଠ କଳାକାର ଜଗଦାନନ୍ଦ ଛୁରିଆ, ବ୍ୟାସେବ ପୁରୋହିତ, ମୁରଲିଧାରି ପତି, ବ୍ରହ୍ମାନନ୍ଦ ବନଛୋର, କପିଳେଶ୍ୱର ଖମାରୀ, ବାଳମୁକୁନ୍ଦ ବେହେରା ଓ ସଂଗୀତା ଦାଶ। ଏଥିରେ ସହଯୋଗ କରିଥିଲେ ଜୟକୃଷ୍ଣ ମିଶ୍ର, ଶୁଶାନ୍ତ ଚୋପଦାର, ବୁଲୁ ବେହେରା, ଭକ୍ତ ନାଏକ, ନବୀନ କୁଅଁର।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ