ଭଦ୍ରକ,୨ ଜାନୁଆରୀ (ହି.ସ.) - ବୁଧବାର ଇଂରାଜୀ ନୂଆବର୍ଷ ପାଇଁ ଚଳଚଞ୍ଚଳ ହୋଇ ଉଠିଥିଲା ଆରଡିପୀଠର ବାବା ଆଖଣ୍ଡଳମଣି ମନ୍ଦିର। ମଣିବାବାଙ୍କ ପାଖରେ ନବବର୍ଷର ଶୁଭ ମନାସିବା ପାଇଁ ରାଜ୍ଯର ବିଭିନ୍ନ ପ୍ରାନ୍ତରରୁ ପ୍ରାୟ ୨୫ ହଜାର ଭକ୍ତଙ୍କ ସମାଗମ ହୋଇଥିଲା ପୀଠରେ। ଭକ୍ତମାନଙ୍କର ଆଗମନକୁ ନେଇ ଗତ ମଙ୍ଗଳବାର ଠାରୁ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ଯବସ୍ଥା କରାଯାଇଥିଲା ପୀଠରେ । ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ପ୍ରକାର ବ୍ଯବସ୍ଥା କରାଯାଇଥିବା ବେଳେ ଯାତାୟତ ପାଇଁ ଟ୍ରାଫିକ ବ୍ଯବସ୍ଥା ଗ୍ରହଣ କରାଯାଇଥିଲା। ଏହି ନବବର୍ଷରେ ଭଦ୍ରକ ଜିଲାପାଳ ଦୀଲିପ ରାଉତରାୟ ସହପରିବାରଙ୍କ ସହ ବାବାଙ୍କୁ ଦର୍ଶନ କରିଥିଲେ। ଏଥିସହ ବାବାଙ୍କ ପାଖରେ ପୂଜାର୍ଚ୍ଚନା କରି ଜିଲାବାସୀ ଓ ଭକ୍ତଙ୍କ ପାଇଁ ଶୁଭ ମନାସିଥିଲେ। । ଲକ୍ଷାଧିକ ଭକ୍ତଙ୍କମାନଙ୍କର ଯାତାୟତ ଓ ଶୃଙ୍ଖଳିତ ଦର୍ଶନକୁ ଦୃଷ୍ଟିରେ ରଖି ନିୟୋଜିତ ରହିଥିଲେ ୨ଜଣ ମ୍ଯାଜିଷ୍ଟ୍ରେଟଙ୍କ ସହ ୧୫ଜଣ ଅଧିକାରୀ ଓ ୫ପ୍ଲାଟୁନ ପୋଲିସ ଫୋର୍ସ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ଯାରିକେଡ କରାଯାଇଥିବା ବେଳେ ଭକ୍ତମାନେ କେବଳ ଦକ୍ଷିଣ ଦ୍ୱାରରେ ପ୍ରବେଶ କରି ଅନ୍ଯ ୩ଦ୍ୱାରରେ ପ୍ରସ୍ଥାନ କରିଥିଲେ ।ଅନ୍ଯପଟେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଭୋର ୪ଟାରେ ମନ୍ଦିର ଦ୍ୱାରଫିଟା ଯାଇ ମଙ୍ଗଳ ଆଳତୀ ସହ ସମସ୍ତ ନୀତି କୁ ସହଳ କରାଯାଇ ଅପରାହ୍ଣରେ ବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯାଇଥିଲା।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ