ଦୁର୍ଗାପୁର ଗ୍ୟାଙ୍ଗରେପ୍ ମାମଲାରେ ମମତାଙ୍କ ଅଦ୍‌ଭୂତ ବୟାନ, କହିଲେ- ବାହାର ରାଜ୍ୟରୁ ଆସିଥିବା ଛାତ୍ରୀମାନଙ୍କୁ ଡେରି ରାତ୍ରୀ ପର୍ଯ୍ୟନ୍ତ ବାହାରକୁ ଯିବା କଥା ନୁହେଁ
କୋଲକାତା, ୧୨ ଅକ୍ଟୋବର(ହି.ସ.) – ପଶ୍ଚିମବଙ୍ଗର ଦୁର୍ଗାପୁରରେ ଓଡ଼ିଶାର ମେଡ଼ିକାଲ୍ ଛାତ୍ରୀ ସହିତ ହୋଇଥିବା ଗଣ ଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଦ୍‌ଭୁତ ବୟାନ ଦେଇଛନ୍ତି। ମହିଳାଙ୍କ ସୁରକ୍ଷା ପାଇଁ ପ୍ରଶାସନକୁ ଶକ୍ତ ନକରି ସେ ପରାମର୍ଶ ଦେଇଛନ୍ତି ଯେ ଅନ୍ୟ ରାଜ୍ୟରୁ ପଶ୍ଚିମବଙ୍ଗକ
ଦୁର୍ଗାପୁର ଗ୍ୟାଙ୍ଗରେପ୍ ମାମଲାରେ ମମତାଙ୍କ ଅଦ୍‌ଭୂତ ବୟାନ, କହିଲେ- ବାହାର ରାଜ୍ୟରୁ ଆସିଥିବା ଛାତ୍ରୀମାନଙ୍କୁ ଡେରି ରାତ୍ରୀ ପର୍ଯ୍ୟନ୍ତ ବାହାରକୁ ଯିବା କଥା ନୁହେଁ


କୋଲକାତା, ୧୨ ଅକ୍ଟୋବର(ହି.ସ.) – ପଶ୍ଚିମବଙ୍ଗର ଦୁର୍ଗାପୁରରେ ଓଡ଼ିଶାର ମେଡ଼ିକାଲ୍ ଛାତ୍ରୀ ସହିତ ହୋଇଥିବା ଗଣ ଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଦ୍‌ଭୁତ ବୟାନ ଦେଇଛନ୍ତି। ମହିଳାଙ୍କ ସୁରକ୍ଷା ପାଇଁ ପ୍ରଶାସନକୁ ଶକ୍ତ ନକରି ସେ ପରାମର୍ଶ ଦେଇଛନ୍ତି ଯେ ଅନ୍ୟ ରାଜ୍ୟରୁ ପଶ୍ଚିମବଙ୍ଗକୁ ଆସିଥିବା ଛାତ୍ରୀମାନଙ୍କୁ ରାତି ସମୟରେ ବାହାକୁ ନଯିବା ଦରକାର। ସେ କହିଛନ୍ତି ହଷ୍ଟେଲରେ ରହୁଥିବା ଛାତ୍ରୀମାନଙ୍କୁ, ବିଶେଷକରି ଅନ୍ୟ ରାଜ୍ୟରୁ ଆସିଥିବା ଛାତ୍ରୀଙ୍କୁ ରାତିରେ ବାହାକୁ ନଯିବା ଦରକାର ଏବଂ ହଷ୍ଟେଲ ନିୟମ ପାଳନ କରିବା ଦରକାର। ବିରୋଧି ଦଳ ପ୍ରଶ୍ନ ଉଠାଇଛନ୍ତି।

ମମତା ବାନାର୍ଜୀ ରବିବାର ଦିନ କୋଲକାତା ଏୟାରପୋର୍ଟରେ ମିଡିଆ ସହିତ ଆଲୋଚନା କରି କହିଛନ୍ତି, ଏଠାରେ ଏକ ଚମକାଇବା ଘଟଣା। ଆମ ସରକାରର ଏପରି ଅପରାଧ ପ୍ରତି ଶୂନ୍ୟ ସହିଷ୍ଣୁତା ରହିଛି। ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ବାକିମାନଙ୍କ ତଲାସ ଜାରି ରହିଛି। ଏହି ମାମଲାରେ ଯେଉଁମାନେ ଦୋଷୀ କାହାକୁ ଛଡ଼ାଯିବ ନାହିଁ ବୋଲି ସେ କହିଛନ୍ତି।

କିନ୍ତୁ ଏହାସହିତ ସେ ଏହା ମଧ୍ୟ କହିଛନ୍ତି ଯେ ଯେଉଁ ଛାତ୍ରୀମାନେ ହଷ୍ଟେଲରେ ରହନ୍ତି, ବିଶେଷକରି ଯେଉଁମାନେ ପଶ୍ଚିମବଙ୍ଗ ବାହାରୁ ପଢ଼ିବାକୁ ଆସନ୍ତି, ସମାନଙ୍କୁ ହଷ୍ଟେଲର ନିୟମର ପାଳନ କରିବା ଦରକାର। ସେମାନଙ୍କୁ ଡେରି ରାତି ପର୍ଯ୍ୟନ୍ତ ବାହାରେ ରହିବା ଉଚିତ୍ ନୁହେଁ, ଯଦିଓ ସେମାନଙ୍କୁ ଯିବାର ମୌଳିକ ଅଧିକାର ଅଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande