ଅପରେଶନ ବ୍ଲ୍ୟୁ ଷ୍ଟାର ପାଇଁ ଇନ୍ଦିରା ଗାନ୍ଧୀଙ୍କୁ ଦୋଷମୁକ୍ତ କରାଯାଇପାରିବ ନାହିଁ- ସିରସା
ନୂଆଦିଲ୍ଲୀ, ୧୨ ଅକ୍ଟୋବର(ହି.ସ.) – ଦିଲ୍ଲୀର ପର୍ଯ୍ୟାବରଣ ମନ୍ତ୍ରୀ ମନଜିନ୍ଦର ସିଂହ ସିରସା ରବିବାର ଦିନ ଏକ୍ସରେ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ ଅପରେଶନ ବ୍ଲ୍ୟୁ ଷ୍ଟାର ପାଇଁ ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଦୋଷମୁକ୍ତ କରାଯାଇ ପାରିବ ନାହିଁ। ସେ ଶିଖ୍‌ଙ୍କ ପବିତ୍ର ସ୍ଥାନରେ ତୋପର
ଅପରେଶନ ବ୍ଲ୍ୟୁ ଷ୍ଟାର ପାଇଁ ଇନ୍ଦିରା ଗାନ୍ଧୀଙ୍କୁ ଦୋଷମୁକ୍ତ କରାଯାଇପାରିବ ନାହିଁ- ସିରସା


ନୂଆଦିଲ୍ଲୀ, ୧୨ ଅକ୍ଟୋବର(ହି.ସ.) – ଦିଲ୍ଲୀର ପର୍ଯ୍ୟାବରଣ ମନ୍ତ୍ରୀ ମନଜିନ୍ଦର ସିଂହ ସିରସା ରବିବାର ଦିନ ଏକ୍ସରେ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ ଅପରେଶନ ବ୍ଲ୍ୟୁ ଷ୍ଟାର ପାଇଁ ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଦୋଷମୁକ୍ତ କରାଯାଇ ପାରିବ ନାହିଁ। ସେ ଶିଖ୍‌ଙ୍କ ପବିତ୍ର ସ୍ଥାନରେ ତୋପର ଗୁଳିରେ ଆକ୍ରମଣ କରାଇଥିଲା। ଶିଖ୍ ସମୁଦାୟ ସେମାନଙ୍କୁ କେବେ କ୍ଷମା କରିବ ନାହିଁ।

ମନ୍ତ୍ରୀ ସିରସା କହିଛନ୍ତି ଯେ ଯେତେବେଳେ ପି. ଚିନ୍ଦବରମ୍‌ଙ୍କ ପରି ବରିଷ୍ଠ କଂଗ୍ରେସ ନେତା ଏହା ସ୍ୱୀକାର କରନ୍ତି ଯେ ଅପରେଶନ ବ୍ଲ୍ୟୁ ଷ୍ଟାର ଶ୍ରୀ ହରମନ୍ଦିର ସାହିବ(ସ୍ୱର୍ଣ୍ଣ ମନ୍ଦିର)ରେ ପ୍ରବେଶ କରିବାକୁ ଏକ ଭୁଲ୍ ରାସ୍ତା ଥିଲା, ତେବେ ଏହା କଂଗ୍ରେସର ସେହି ଐତିହାସିକ ଭୁଲ୍‌କୁ ଉଜାଗର କରିବା ଯେଉଁଥିରେ ଶିଖ୍ ସମୁଦାୟଙ୍କୁ ଗଭୀର ଆଘାତ ପଂହଚାଇଛି। ସେ କହିଛନ୍ତି ଯେ ଇନ୍ଦିରା ଗାନ୍ଧୀଙ୍କ ଠାରୁ ଦୋଷ ହଟାଇବାକୁ ପି ଚିନ୍ଦବରମ୍‌ଙ୍କ ପ୍ରୟାସ ଅସ୍ୱୀକାର୍ଯ୍ୟ ଅଟେ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande