ଭୁବନେଶ୍ୱର,୧୩ ଅକ୍ଟୋବର (ହି.ସ.) - ପଶ୍ଚିମ ବଙ୍ଗ ଗଣଦୁଷ୍କର୍ମ ନେଇ ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଦିଦି ଯେଉଁଭଳି ଖାମ୍ ଖିଆଲ ମନ୍ତବ୍ୟ ଦେଲେ ତାହା ନିନ୍ଦନୀୟ। ଜଣେ ଓଡ଼ିଆ ଝିଅ ବୋଲି ମମତା ଏମିତି କହିଲେ, ପଶ୍ଚିମବଙ୍ଗ ଝିଅ ହେଇଥିଲେ ମୁଖ୍ୟମନ୍ତ୍ରୀ ହିସାବରେ ଦିଦି କଣ ଏହା କହିଥାନ୍ତେ। ଆମ ସ୍ୱାଭିମାନର କଥା ଆସୁଛି। । ପଶ୍ଚିମବଙ୍ଗରେ ଓଡ଼ିଆ ଝିଅକୁ ଗଣ ଦୁଷ୍କର୍ମ ଦୁର୍ଭାଗ୍ୟଜନକ। ଆମ ସରକାର ହସ୍ତକ୍ଷେପ କରିବା ଦରକାର।
ସେ ଆହୁରି କହିଛନ୍ତି ଯେ ଓଡ଼ିଶାରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ। ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ପାଖରେ। ପ୍ରତିଦିନ ଅପରାଧ ବଢି ବଢି ଚାଲିଛି। କଟକରେ କର୍ଫ୍ୟୁ, ବ୍ରହ୍ମପୁରରେ ମର୍ଡର। ରାଜଧାନୀରେ ପ୍ରତିଦିନ ମର୍ଡର। ଗୁଳି ଫୁଟୁଚି। ରାଜ୍ୟ ସରକାର ସଚେତନ ନୁହଁନ୍ତି। ଠିକ୍ ସମୟରେ ଠୋସ ନିଷ୍ପତି ନେଇପାରୁ ନାହାନ୍ତି। ସରକାର କହୁଛନ୍ତି ଅପରାଧ ପାଇଁ ଶୂନ୍ୟ ସହନଶୀଳ ତେବେ ଅପରାଧ ବଢୁଛି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା