ଭୁବନେଶ୍ୱର, 14 ଅକ୍ଟୋବର (ହି.ସ.)- ଚୌଦ୍ବାର ଜେଲରୁ କଏଦୀ ଫେରାର ଘଟଣାରେ ଜେଲ ଡିଜିଙ୍କୁ ତଦନ୍ତ ରିପୋର୍ଟ ଦେଲେ
ଡିଆଇଜି । ଅଧୀକ୍ଷକ ଓ ଜେଲରଙ୍କ ଅବହେଳା ନେଇ ରିପୋର୍ଟରେ ଉଲେଖ ରହିଛି । ଚୌଦ୍ବାର ମଣ୍ଡଳ
କାରାଗାରରୁ ଫେରାର ଦୁଇ କୁଖ୍ୟାତ ଅପରାଧୀ ରାଜା ସାହାଣୀ ଓ ମଧୁକାନ୍ତ କୁମାର ଖସି ପଳାଇବା ପରେ
ତନାଘନା ଜାରି ରହିଛି । ଏହି ମାମଲାର ତଦନ୍ତ ଦାୟିତ୍ବ ଡିଆଇଜି ଅନସୂୟା ଜେନାଙ୍କୁ ଦିଆଯାଇଥିଲା
। ଦୁଇ କଏଦୀ ଫେରାର ଘଟଣାରେ ଜେଲ୍ ଅଧୀକ୍ଷକ ଓ ଜେଲର
ଅବହେଳା ଥିବା ରିପୋର୍ଟରେ ଦର୍ଶାଯାଇଥିବା ବିଶେଷସୂତ୍ରରୁ ଜଣାପଡ଼ିଛି। ଜେଲ ଡିଆଇଜି
୮ଟି ଦିଗକୁ ନେଇ ତଦନ୍ତ କରାଯାଇଥିଲା । ବିଶେଷକରି ସିସିଟିଭି ଠିକ୍ ଭାବେ ଚାଲୁଛି କି ନାହିଁ ଓ
କାର୍ଯ୍ୟରେ କେଉଁମାନଙ୍କ ଅବହେଳା ରହିଥିଲା ଓ ହାଇ ସିକ୍ୟୁରିଟି ସେଲ୍ରେ ସିସିଟିଭି ଚାଲୁଥିଲା
କି ନାହିଁ, ସେଦିଗରେ ବିସ୍ତୃତ ଭାବେ
ତଦନ୍ତ କରାଯାଇଛି । ଦୁଇ କୁଖ୍ୟାତ ଅପରାଧୀ ୪ ଓ ୭ନମ୍ବର ସେଲ୍ରେ ରହୁଥିଲେ । ୭ନମ୍ବର ସେଲ୍ର
ସିସିଟିଭିକୁ ବୁଲାଇ ଦିଆଯାଇଥିବା ବେଳେ ୪ନମ୍ବର ସେଲ୍ ସିସିଟିଭିକୁ ଅଭିଯୁକ୍ତ କପଡ଼ା ପକାଇ
ଦେଉଥିଲା । ବାହାରେ ଗେଟ୍ରେ ଲାଗିଥିବା ଦୁଇଟି ସିସିଟିଭି ମଧ୍ୟ କାମ କରୁନଥିଲା । ଜେଲ
ଅଧୀକ୍ଷକ ଓ ଜେଲରଙ୍କ କାର୍ଯ୍ୟାଳୟରେ ସିସିଟିଭି ଲିଙ୍କ୍ ରହିଛି । ସେମାନେ ଏହାକୁ ନିରୀକ୍ଷଣ
କରିବା ସହ ସିସିଟିଭି ଦେଖିବା କଥା । ଡ୍ୟୁଟି ୱାର୍ଡର ମାତ୍ର ଦୁଇ ଥର ବୁଲିକି ଆସିଛି ଓ ଚିଫ୍
ୱାର୍ଡର ରାତି ୧୧ଟାରେ ଥରେ ଓ କଏଦୀ ଫେରାର୍ ହେବା ପରେ ଆସିଥିବା ସିସିଟିଭିରୁ ଜଣାପଡ଼ିଛି । କାର୍ଯ୍ୟରେ
ବଡ଼ଧରଣ ଅବହେଳା କରାଯାଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି । ଜବତ ହୋଇଥିବା ଆରିପାତରେ ସେମାନେ
ସେଲ୍ କାଟି ଖସିଯିବା ଭଳି ଲାଗୁନି । ତେଣୁ
ସନ୍ଦେହ ଆହୁରି ବଢ଼ିଛି । ପୂର୍ବରୁ ବି ଦୁଇଥର ଖସିଯିବାକୁ ଉଦ୍ୟମ କରିଛନ୍ତି । ଦୁଇ
କୁଖ୍ୟାତ ଅପରାଧୀ ରାଜା ସାହାଣୀ ଓ ମଧୁକାନ୍ତ କୁମାରକୁ ଧରିବାକୁ ୧୦ଦିନ ହେବ ତନାଘନା ଜାରି
ରହିଛି । ସେମାନଙ୍କୁ ପିଛା କରୁଥିବା ତଦନ୍ତକାରୀ ଦଳ ହାତରେ ବଡ଼ ସୁରାକ ଲାଗିଛି । ଫେରାର କଏଦୀ
ମୋବାଇଲ ଫୋନ୍ ବ୍ୟବହାର କରୁଥିବା ଜଣାପଡ଼ିଛି । ସେଇ ଆଧାରରେ ପୁଲିସ ସେମାନଙ୍କୁ ପିଛା କରୁଛି
। ଉଭୟ ରାଜ୍ୟ ବାହାରକୁ ପଳାଇଥିବା ଜଣାପଡିଛି । କଏଦୀ ଫେରାର ପଛରେ କାରାଗାରର କର୍ମଚାରୀଙ୍କ
ଭୂମିକା ସନ୍ଦେହଘେରକୁ ଆସିଛି । ୩ କର୍ମଚାରୀଙ୍କ ସମ୍ପୃକ୍ତି ସନ୍ଦେହ କରି ପଲିଗ୍ରାଫ୍ ଟେଷ୍ଟ
ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା