ବରିଷ୍ଠ ବିଜେପି ନେତା ତଥା ନୂଆପଡ଼ାର ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଯଦୁନାଥ ପାଣିଗ୍ରାହୀଙ୍କ ମାଆଙ୍କ ଦେହାନ୍ତରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଶୋକ
ଭୁବନେଶ୍ୱର, 14 ଅକ୍ଟୋବର (ହି.ସ.)- ବରିଷ୍ଠ ବିଜେପି ନେତା ତଥା ନୂଆପଡ଼ାର ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଯଦୁନାଥ ପାଣିଗ୍ରାହୀଙ୍କ ମାଆ ଆଲ୍ହାଦିନି ପାଣିଗ୍ରାହୀଙ୍କ ଦେହାନ୍ତରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ବରିଷ୍ଠ ବିଜେପି ନେତା ତଥା ନୂଆପଡ଼ାର ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଯଦୁନାଥ     ପାଣିଗ୍ରାହୀଙ୍କ ମାଆଙ୍କ ଦେହାନ୍ତରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଶୋକ


ଭୁବନେଶ୍ୱର, 14 ଅକ୍ଟୋବର (ହି.ସ.)- ବରିଷ୍ଠ ବିଜେପି ନେତା ତଥା

ନୂଆପଡ଼ାର ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଯଦୁନାଥ ପାଣିଗ୍ରାହୀଙ୍କ ମାଆ ଆଲ୍ହାଦିନି

ପାଣିଗ୍ରାହୀଙ୍କ ଦେହାନ୍ତରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଭୀର ଶୋକ ପ୍ରକାଶ

କରିଛନ୍ତି ।

ଏକ ଶୋକବାର୍ତ୍ତାରେ ଶ୍ରୀ ସିଂହଦେଓ

କହିଛନ୍ତି, ଯଦୁନାଥ ପାଣିଗ୍ରାହୀଙ୍କ ମାଆ ଆଲ୍ହାଦିନି

ପାଣିଗ୍ରାହୀଙ୍କ ୮୮ ବର୍ଷ ବୟସରେ ଆଜି ସକାଳ ୫ ଘଟିକାରେ ଦେହାନ୍ତ ହୋଇଥିବା ଖବର ଶୁଣି ମୁଁ

ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ସେ ଜଣେ ମିଷ୍ଟଭାଷୀ, ସ୍ନେହବତ୍ସଳା,

ଧର୍ମପରାୟଣା

ମହିଳା ଥିଲେ । ଯଦୁନାଥ ପାଣିଗ୍ରାହୀଙ୍କ ରାଜନୈତିକ ଜୀବନରେ ତାଙ୍କର ଵିଶେଷ ଅବଦାନ ମଧ୍ୟ

ରହିଥିଲା । ଏହି ଦୁଃଖଦ ସମୟକୁ ସାମନା କରିବାକୁ ପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଅସୀମ ଧୈର୍ଯ୍ୟ ଓ

ସାହସ ପ୍ରଦାନ କରନ୍ତୁ । ପବିତ୍ର କାର୍ତ୍ତିକ ମାସରେ ପରଲୋକଗାମୀ ହୋଇଥିବା ଦିବଂଗତ ଆତ୍ମାର

ସଦଗତି କାମନା କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande