ସ୍ମାର୍ଟ ସିଟି ଅଟୋଚାଳକ ସଙ୍ଘ କ୍ୟାପିଟାଲ ଥାନା ଘେରାଓ
ଭୁବନେଶ୍ୱର, 14 ଅକ୍ଟୋବର (ହି.ସ.)-ରାଜଧାନୀରେ ଅନଲାଇନ ଅଟୋ ସେବା ଠପ । କ୍ୟାପିଟାଲ ଥାନା ଆଗରେ ଅଟୋ ରଖି ଧାରଣାରେ ବସିଛନ୍ତି ଅଟୋ ଡ୍ରାଇଭର। ଶତାଧିକ ଅଟୋ କ୍ୟାପିଟାଲ ଥାନା ଆଗରେ ରଖି କରୁଛନ୍ତି ପ୍ରତିବାଦ । କ୍ୟାପିଟାଲ ଥାନା ଘେରାଉ କଲେ ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ସଂ
ସ୍ମାର୍ଟ ସିଟି ଅଟୋଚାଳକ ସଙ୍ଘ କ୍ୟାପିଟାଲ ଥାନା ଘେରାଓ


ଭୁବନେଶ୍ୱର, 14 ଅକ୍ଟୋବର (ହି.ସ.)-ରାଜଧାନୀରେ ଅନଲାଇନ ଅଟୋ

ସେବା ଠପ । କ୍ୟାପିଟାଲ ଥାନା ଆଗରେ ଅଟୋ ରଖି ଧାରଣାରେ ବସିଛନ୍ତି ଅଟୋ ଡ୍ରାଇଭର।

ଶତାଧିକ ଅଟୋ କ୍ୟାପିଟାଲ ଥାନା ଆଗରେ ରଖି କରୁଛନ୍ତି ପ୍ରତିବାଦ । କ୍ୟାପିଟାଲ ଥାନା ଘେରାଉ

କଲେ ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ସଂଘ। ଯାହାର ପରିଣାମ ସ୍ୱରୂପ ରାଜଧାନୀରେ ଅନଲାଇନ ଅଟୋ

ସେବା ଠପ। ହନ୍ତସନ୍ତ ଯାତ୍ରୀ। କ୍ୟାପିଟାଲ ଥାନା ସମ୍ମୁଖରେ ଲମ୍ବା ଲାଇନରେ ଛିଡା ହୋଇଛି

ଅଟୋ। ରାଜମହଲ ରୁ ଏଜି ରାସ୍ତା

ସମ୍ପୂର୍ଣ୍ଣ ଜାମ। କିଛି ଦିନ ତଳେ ଅନଲାଇନ

ସ୍ମାର୍ଟସିଟି ଅଟୋଚାଳକ ସଙ୍ଘର ଜଣେ ଚାଳକକୁ

ଷ୍ଟେସନ ଅଟୋଚାଳକ ସଙ୍ଘର କିଛି ପିଲା ମାଡ଼ ମାରିଥିବାର ଅଭିଯୋଗ ହୋଇଥିଲା। ଗତକାଲି ଉଭୟ

ଗୋଷ୍ଠିର ପିଲାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ସ୍ମାର୍ଟ ସିଟି

ଅଟୋଚାଳକ ସଙ୍ଘ କ୍ୟାପିଟାଲ ଥାନା ଘେରାଓ କରିଛନ୍ତି । ଦୋଷୀକୁ ପୋଲିସ ଗିରଫ ନ କରି ନିର୍ଦୋଷକୁ

ଗିରଫ କରିଥିବାର ଅଭିଯୋଗରେ ଆଜି କ୍ୟାପିଟାଲ ଥାନାକୁ ସ୍ମାର୍ଟ ସିଟି ଅଟୋ ଚାଳକ ସଙ୍ଘ ଘେରାଓ

କରିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande