ପୁର୍ବ ସୈନିକ ଏବଂ ଆଶ୍ରିତଙ୍କ ପାଇଁ ଆର୍ଥିକ ସହାୟତା ଶତ ପ୍ରତିଶତ ବୃଦ୍ଧି, ରକ୍ଷା ମନ୍ତ୍ରଣାଳୟର ଅନୁମୋଦନ
ନୂଆଦିଲ୍ଲୀ୧୫ ଅକ୍ଟୋବର (ହି.ସ.)- ରକ୍ଷା ମନ୍ତ୍ରୀ ରାଜନାଥ ସିଂହ କେନ୍ଦ୍ରୀୟ ସାମରିକ ବୋର୍ଡ ମାଧ୍ୟମରେ ପୁର୍ବ ସୈନିକବୋର୍ଡ ମାଧ୍ୟମରେ ପୁର୍ବ ସୈନିକ କଲ୍ୟାଣ ବିଭାଗର ଯୋଜନା ଅଧୀନରେ ପ୍ରବୀଣ ସୈନିକ ଏବଂ ସେମାନଙ୍କ ଆଶ୍ରିତଙ୍କ ପାଇଁ ଆର୍ଥିକ ସହାୟତାରେ ଶତ ପ୍ରତିଶତ ବୃଦ୍ଧିକୁ ଅ
ପୁର୍ବ ସୈନିକ ଏବଂ ଆଶ୍ରିତଙ୍କ ପାଇଁ ଆର୍ଥିକ ସହାୟତା ଶତ ପ୍ରତିଶତ ବୃଦ୍ଧି, ରକ୍ଷା ମନ୍ତ୍ରଣାଳୟର ଅନୁମୋଦନ


ନୂଆଦିଲ୍ଲୀ୧୫ ଅକ୍ଟୋବର (ହି.ସ.)- ରକ୍ଷା ମନ୍ତ୍ରୀ ରାଜନାଥ ସିଂହ

କେନ୍ଦ୍ରୀୟ ସାମରିକ ବୋର୍ଡ ମାଧ୍ୟମରେ ପୁର୍ବ ସୈନିକବୋର୍ଡ ମାଧ୍ୟମରେ ପୁର୍ବ ସୈନିକ କଲ୍ୟାଣ ବିଭାଗର ଯୋଜନା ଅଧୀନରେ ପ୍ରବୀଣ ସୈନିକ ଏବଂ

ସେମାନଙ୍କ ଆଶ୍ରିତଙ୍କ ପାଇଁ ଆର୍ଥିକ ସହାୟତାରେ ଶତ ପ୍ରତିଶତ ବୃଦ୍ଧିକୁ ଅନୁମୋଦନ କରିଛନ୍ତି। ବିବାହ ଅନୁଦାନ ₹୫୦,୦୦୦ ଟଙ୍କାରୁ ₹୧୦୦,୦୦୦ଟଙ୍କା ବୃଦ୍ଧି

କରାଯାଇଛି। ଏହା ବ୍ୟତୀତ ଦାରିଦ୍ର୍ୟ ଅନୁଦାନ ମଧ୍ୟ ଦ୍ୱିଗୁଣିତ କରାଯାଇଛି।

ରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ ଗରିବ ଅନୁଦାନ ଦ୍ୱିଗୁଣିତ କରି ପ୍ରତି

ହିତାଧିକାରୀଙ୍କ ₹୪,୦୦୦ ରୁ ₹୮,୦୦୦ ଟଙ୍କା ପ୍ରତି ପାଇଁ

ପ୍ରତି ମାସରେ କରାଯାଇଛି। ତେଣୁଏବେ ୬୫ ବର୍ଷରୁ ଅଧିକ ବୟସର ଅଣ ପେନସନଭୋଗୀପୁର୍ବ-ସୈନିକ ଏବଂ ସେମାନଙ୍କର ବିଧବାମାନେ ଆଜୀବନ

ନିରନ୍ତର ସହାୟତା ପାଇବେ। ଯାହାଙ୍କର ନିୟମିତ ଆୟ ନାହିଁ । ଏହା ବ୍ୟତୀତଦୁଇ ନିର୍ଭରଶୀଳ ପିଲା (ଶ୍ରେଣୀ ୧ ରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ)

କିମ୍ବା ଦୁଇ ବର୍ଷର ସ୍ନାତକୋତ୍ତର ପାଠ୍ୟକ୍ରମ କରୁଥିବା ବିଧବାମାନଙ୍କ ପାଇଁ ଶିକ୍ଷା ଅନୁଦାନ ₹୧,୦୦୦ ରୁ ₹୨,୦୦୦ ପ୍ରତି

ବ୍ୟକ୍ତି ପ୍ରତି ମାସରେ କରାଯାଇଛି। ବିବାହ ଅନୁଦାନ ପଚାଶ ହଜାର ଟଙ୍କାରୁ ବୃଦ୍ଧି ହୋଇ ଏକ

ଲକ୍ଷ ଟଙ୍କା ପ୍ରତି ହିତାଧିକାରୀଙ୍କୁ କରାଯାଇଛି। ଏହି ଅନୁଦାନ ପୂର୍ବ ସୈନିକଙ୍କ ଅଧିକତମ ଦୁଇଟି

ଝିଅ ପର୍ଯ୍ୟନ୍ତ ଏବଂ ବିଧବା ପୁନଃବିବାହ ପାଇଁ ଉପଲବ୍ଧ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande