ନୂଆଦିଲ୍ଲୀ ୧୫ ଅକ୍ଟୋବର (ହି.ସ)-ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର ରାଜଧାନୀର ଭାରତ ମଣ୍ଡପମରେ
ଏସିଆର ସର୍ବବୃହତ ରେଳ ଏବଂ ପରିବହନ ପ୍ରଦର୍ଶନୀ ୧୬ତମ ଅନ୍ତର୍ଜାତୀୟ ରେଳ ଉପକରଣ ପ୍ରଦର୍ଶନୀ (ଆଇଆରଇଇ୨୦୨୫) ଉଦଘାଟନ କରିଛନ୍ତି। ଏହି ତିନି ଦିନିଆ ପ୍ରଦର୍ଶନୀ ୧୭ ଅକ୍ଟୋବର
ପର୍ଯ୍ୟନ୍ତ ପରିଦର୍ଶକଙ୍କ ପାଇଁ ଖୋଲା ରହିବ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରେଳ
କ୍ଷେତ୍ରରେ ନବସୃଜନ, ଆଧୁନିକୀକରଣ ଏବଂ
ସ୍ୱାବଲମ୍ବନକୁ ଉତ୍ସାହିତ କରିବା।ଏହି ଅବସରରେସିଆଇଆଇ(ଭାରତୀୟ ଶିଳ୍ପ
ମହାସଂଘ) ଏବଂ ଗତି ଶକ୍ତି ବିଶ୍ୱବିଦ୍ୟାଳୟ ମଧ୍ୟରେ ଦକ୍ଷତା ବିକାଶ ଏବଂ ନବସୃଜନକୁ
ପ୍ରୋତ୍ସାହିତ କରିବା ପାଇଁ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଥିଲା। ଏହା ବ୍ୟତୀତସୀଆଇଆଇ ଏବଂ ଏସୀୟ ବିକାଶ
ବ୍ୟାଙ୍କ (ଏଡିବୀ ) ମିଳିତ ଭାବରେ
ଅନ୍ ଦି ରାଇଟ୍ ଟ୍ରାକ୍ ଶୀର୍ଷକ ଏକ ରିପୋର୍ଟ ଜାରି କରିଥିଲେ , ଯେଉଁଥିରେ ଭାରତୀୟ ରେଳରେ ପରିବର୍ତ୍ତନ ଏବଂ ବିକାଶ ଦିଗକୁ
ଉଜ୍ଜ୍ୱଳ କରିଥାଏ।ରେଳମନ୍ତ୍ରୀ ବୈଷ୍ଣବ ପ୍ରଦର୍ଶନୀର ଉଦଘାଟନୀ ଅଧିବେଶନରେ କହିଛନ୍ତି ଯେ
ଆଇଆରଇଇ ଭାରତୀୟ ରେଳ ପାଇଁ ଏକ ଐତିହାସିକ ସୁଯୋଗ,ଯେଉଁଥିରେ ପ୍ରାୟ 15 ଟି ଦେଶର ଉପକରଣ ନିର୍ମାତା
ଏବଂ ବହୁ ସଂଖ୍ୟକ ଏମଏସଏମଇ ୟୁନିଟ ଅଂଶଗ୍ରହଣ କରୁଛନ୍ତି। ଏହି ସମୟ ,ଯେତେବେଳେ ଆମର ଉପକରଣର ଗୁଣବତ୍ତା ରେଲୱେ ଆଧୁନିକୀକରଣ ଏବଂ ନୂତନ
ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ଉପରେ ପୁନଃବିଚାର କରାଯିବା ଆବଶ୍ୟକ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା