ନୂଆଦିଲ୍ଲୀ ୧୫ ଅକ୍ଟୋବର (ହି.ସ.)-ନିର୍ବାଚନ କମିଶନ ବିହାର
ବିଧାନସଭା ନିର୍ବାଚନ ଏବଂ ଦେଶର ଅନ୍ୟ ରାଜ୍ୟରେ
ହେବାକୁ ଥିବା ଉପନିର୍ବାଚନରେ ଭୋଟରମାନଙ୍କୁ
ପ୍ରଭାବିତ କରିବା ପାଇଁ ଟଙ୍କା,
ମଦ, ଡ୍ରଗ୍ସ କିମ୍ବା
ମାଗଣା ଉପହାର ପ୍ରଦାନ କରିବା ଭଳି କାର୍ଯ୍ୟକଳାପକୁ ରୋକିବା ପାଇଁ ଦେଶର ଏଜେନ୍ସିମାନଙ୍କୁ
ଏହାକୁ ରୋକିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। କମିଶନ କହିଛନ୍ତି ଯେ ଏହି ସମ୍ବନ୍ଧରେ
ରାଜ୍ୟର ସମସ୍ତ ତଦନ୍ତ ଏବଂ ପ୍ରବର୍ତ୍ତନ ଏଜେନ୍ସୀ ମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ଯାହାଦ୍ୱାରା
ମତଦାନ ପ୍ରକ୍ରିୟା ସମ୍ପୁର୍ଣ୍ଣ ଭାବେ ନିରପେକ୍ଷ ଏବଂ ସ୍ୱଚ୍ଛ ପ୍ରକ୍ରିୟା ସୃଷ୍ଟି କରିବ।କମିଶନ ଏଥିପାଇଁ ପୋଲିସ
ବିଭାଗ, ରାଜ୍ୟ ଅବକାରୀ
ବିଭାଗ, ଆୟକର ବିଭାଗ, ଫାଇନାନସିଆଲ
ଇଣ୍ଟେଲିଜେନ୍ସ ୟୁନିଟ (ଏଫଆଇୟୁ-ଆଇଏନଡି) ଆରବିଆଇ,ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସଏଲବିସୀ), ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ), କେନ୍ଦ୍ରୀୟ ଏବଂ ରାଜ୍ୟ ଜିଏସଟିବିଭାଗ, ସୀମା ଶୁଳ୍କ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି),
ନାର୍କୋଟିକ୍ସ
ନିୟନ୍ତ୍ରଣ ବ୍ୟୁରୋ (ଏନସୀବୀ), ରେଳ ସୁରକ୍ଷା ବଳ (ଆରପିଏଫ), କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ), ସଶସ୍ତ୍ର ସୀମା ବଳ (ଏସଏସବି), ବେସାମରିକ ବିମାନ
ଚଳାଚଳ ସୁରକ୍ଷା ବ୍ୟୁରୋ (ବିସୀଏଏସ), ଭାରତୀୟ
ବିମାନବନ୍ଦର ପ୍ରାଧିକରଣ (ଏଏଆଇ), ଡାକ ବିଭାଗ, ରାଜ୍ୟ ବନ ବିଭାଗ
ଏବଂ ରାଜ୍ୟ ସମବାୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।କମିଶନ କହିଛନ୍ତି ଯେ ନିର୍ବାଚନ ସମୟରେ
ପ୍ରାର୍ଥୀଙ୍କ ଖର୍ଚ୍ଚ ତଦାରଖ କରିବା ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନଙ୍କୁ ପୂର୍ବରୁ ନିଯୁକ୍ତ
କରାଯାଇଛି । ଏହି ଅଧିକାରୀମାନେ ନିଜ ନିଜ ନିର୍ବାଚନ ଅଞ୍ଚଳରେ ପହଁଞ୍ଚି ସେମାନଙ୍କ ନିର୍ବାଚନମଣ୍ଡଳୀରେ
ଫ୍ଲାଇଂ ସ୍କ୍ୱାଡ୍, ସର୍ଭେଲାନ୍ସ ଟିମ୍
ଏବଂ ଭିଡିଓ ସର୍ଭେଲାନ୍ସ ଟିମ୍ ସହିତ ସମନ୍ୱୟ ରଖି କାର୍ଯ୍ୟ କରୁଛନ୍ତି। ଏହି ସମସ୍ତ ୟୁନିଟ୍ଗୁଡ଼ିକୁ
24 ଘଣ୍ଟା ସଜାଗ ରହିବାକୁ କୁହାଯାଇଛି ଯାହାଦ୍ୱାରା ଯେ କୌଣସି ପ୍ରକାରର ବିଭ୍ରାଟ କିମ୍ବା
ପ୍ରଲୋଭନ ପ୍ରୟାସକୁ ସମୟ ମଧ୍ୟରେ ବନ୍ଦ କରାଯାଇପାରିବ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା