ଗୁଜୁରାଟ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଆନୁଷ୍ଠାନିକ ଭାବରେ ଘୋଷଣା, ଆସନ୍ତାକାଲି ଶପଥ ଗ୍ରହଣ ସମାରୋହ
ଗାନ୍ଧିନଗର, ୧୬ ଅକ୍ଟୋବର (ହି.ସ.)- ଗୁଜୁରାଟ ରାଜ୍ୟର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି । ନୂତନ ମନ୍ତ୍ରୀମାନଙ୍କ ଶପଥ ଗ୍ରହଣ ସମାରୋହ ଶୁକ୍ରବାର, ଅକ୍ଟୋବର ୧୭ ତାରିଖ ପୂର୍ବାହ୍ନ ୧୧ଟା ୩୦ ରେ ଗାନ୍ଧୀନଗରର ମହାତ୍ମା ମନ୍ଦିରରେ କେନ୍ଦ୍ରୀୟ ବିଜେପି ନେତାମାନଙ୍କ ଉପସ୍
ଗୁଜୁରାଟ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଆନୁଷ୍ଠାନିକ ଭାବରେ ଘୋଷଣା, ଆସନ୍ତାକାଲି ଶପଥ ଗ୍ରହଣ ସମାରୋହ


ଗାନ୍ଧିନଗର, ୧୬ ଅକ୍ଟୋବର (ହି.ସ.)- ଗୁଜୁରାଟ ରାଜ୍ୟର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି । ନୂତନ ମନ୍ତ୍ରୀମାନଙ୍କ ଶପଥ ଗ୍ରହଣ ସମାରୋହ ଶୁକ୍ରବାର, ଅକ୍ଟୋବର ୧୭ ତାରିଖ ପୂର୍ବାହ୍ନ ୧୧ଟା ୩୦ ରେ ଗାନ୍ଧୀନଗରର ମହାତ୍ମା ମନ୍ଦିରରେ କେନ୍ଦ୍ରୀୟ ବିଜେପି ନେତାମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବ ।

ରାଜ୍ୟ ସୂଚନା ବିଭାଗ ଏକ ବିବୃତିରେ କହିଛି ଯେ, ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ କ୍ୟାବିନେଟ ସମ୍ପ୍ରସାରଣରେ ନାମିତ ମନ୍ତ୍ରୀମାନଙ୍କ ଶପଥ ଗ୍ରହଣ ସମାରୋହ ୧୭ ଅକ୍ଟୋବର ଶୁକ୍ରବାର, ପୂର୍ବାହ୍ନ ୧୧ଟା୩୦ ରେ ଗାନ୍ଧୀନଗରର ମହାତ୍ମା ମନ୍ଦିରରେ ଅନୁଷ୍ଠିତ ହେବ । ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଏହି ଉତ୍ସବରେ ନବନିଯୁକ୍ତ ମନ୍ତ୍ରୀମାନଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇବେ ।

କ୍ୟାବିନେଟ ସାଧାରଣତଃ ପ୍ରତି ବୁଧବାର ବୈଠକ ହୁଏ, କିନ୍ତୁ ଅକ୍ଟୋବର ୧୫ ରେ କୌଣସି ବୈଠକ ହୋଇନଥିଲା । ବିଜେପି ଏହାର ସମସ୍ତ ବିଧାୟକ ଏବଂ ମନ୍ତ୍ରୀମାନଙ୍କୁ ଦୁଇ ଦିନ ପାଇଁ ଗାନ୍ଧୀନଗରରେ ରହିବାକୁ ନିର୍ଦ୍ଦେଶ ଦେଇଛି । ସମସ୍ତଙ୍କୁ ଆଜି ଅପରାହ୍ନ ସୁଦ୍ଧା ଗାନ୍ଧୀନଗର ପହଂଚିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande