ଚଣ୍ଡିଗଡ, 18 ଅକ୍ଟୋବର (ହି.ସ.)- ପଞ୍ଜାବର ସରହିନ୍ଦ ଷ୍ଟେସନ୍ ନିକଟରେ ନିଆଁ ଲାଗିଥିବା
ଅମୃତସରରୁ ବିହାରର ସହରସାକୁ ଯାଉଥିବା ଗରୀବ ରଥ ଏକ୍ସପ୍ରେସ୍ ଟ୍ରେନ୍କୁ ଅଘଟଣ ପରେ ଶନିବାର
ସକାଳ ପ୍ରାୟ ୧୧ଟାରେ ଅମ୍ବାଲା କ୍ୟାଣ୍ଟ ଷ୍ଟେସନକୁ ଆଣାଯାଇଥିଲା। ଯେଉଁଠାରେ ଟ୍ରେନ୍ର ୩ଟି
କୋଚ୍ ପରିବର୍ତ୍ତନ କରାଯାଇ, ଯାତ୍ରୀମାନଙ୍କୁ
ପୁନଃ ଗନ୍ତବ୍ୟ ସ୍ଥାନ ପାଇଁ ପଠାଯାଇଥିଲା। ଟ୍ରେନ୍ରେ ନିଆଁ ଲାଗିଥିବାରୁ ପ୍ରାୟ ୬ ଘଣ୍ଟା
ଯାତ୍ରୀମାନେ ସମସ୍ୟା ଭୋଗିଥିଲେ।
ଏହି ଘଟଣା ସନ୍ଦର୍ଭରେ ରେଲୱେ ତରଫରୁ ତଦନ୍ତ ଆଦେଶ ଜାରି କରାଯାଇଛି।
ସରହିନ୍ଦ ନିକଟ ନିଆଁ ଲାଗିଥିବା ଘଟଣା ପରେ ଚଣ୍ଡୀଗଡ଼ ଓ ଅମ୍ବାଲାକୁ ସୂଚନା ଦିଆଯାଇଥିଲା।
ଏହିଥିରୁ ଚଣ୍ଡୀଗଡ଼ରୁ ୩ଟି କୋଚ୍ ଆଣାଯାଇଥିଲା। ଏହି ମଧ୍ୟରେ ଦୁର୍ଘଟଣାର ଶିକାର ହୋଇଥିବା ଗାଡ଼ି
ଅମ୍ବାଲା କ୍ୟାଣ୍ଟ ଷ୍ଟେସନ୍କୁ ପହଞ୍ଚିଥିଲା, ଯେଉଁଠି ଅଧିକାରୀମାନଙ୍କ ଉପସ୍ଥିତିରେ ନିଆଁରେ ନଷ୍ଟ
ହୋଇଥିବା ୩ଟି କୋଚ୍ ପରିବର୍ତ୍ତନ କରାଯାଇଥିଲା। ଏହା ପରେ ଯାତ୍ରୀମାନଙ୍କୁ ତାଙ୍କର ନିଜ ନିଜ
ସିଟ୍କୁ ପଠାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା