ଭୁବନେଶ୍ୱର, ୨ ଅକ୍ଟୋବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୧୦ଟି ସ୍ଥାନରେ ଭୀଷଣ ବର୍ଷା ହୋଇଥିବା ବେଳେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ବାଲେଶ୍ୱର ଜିଲ୍ଲାର ବାହାନଗାରେ ସର୍ବାଧିକ ୧୦୫.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ବାଲେଶ୍ୱର ଜିଲ୍ଲାର ବାଲେଶ୍ୱରରେ ୯୩.୬ ମି.ମି., ସୋରୋରେ ୯୦.୦ ମି.ମି., ନିଳଗିରିରେ ୮୫.୦ ମି.ମି., ଭୋଗରାଇରେ ୭୯.୦ ମି.ମି., ପୁରୀ ଜିଲ୍ଲାର କୃଷ୍ଣପ୍ରସାଦରେ ୭୯.୦ ମି.ମି., ବାଲେଶ୍ୱର ଜିଲ୍ଲାର ଏନ.ଏଚ.-୫, ଗୋବିନ୍ଦପୁରରେ ୭୮.୮ ମି.ମି., କେନ୍ଦୁଝର ଜିଲ୍ଲାର ହାଟଡ଼ିହିରେ ୭୫.୨ ମି.ମି., ଯାଜପୁର ଜିଲ୍ଲାର ଯାଜପୁରରେ ୭୦.୦ ମି.ମି., ଯାଜପୁର ଜିଲ୍ଲାର ଯାଜପୁର(ପିଟିଓ)ରେ ୭୦.୦ ମି.ମି., ଭଦ୍ରକ ଜିଲ୍ଲାର ତିହିଡ଼ିରେ ୬୩.୦ ମି.ମି., ଯାଜପୁର ଜିଲ୍ଲାର ବିଞ୍ଝାରପୁରରେ ୬୨.୦ ମି.ମି. ଏବଂ କଟକ ଜିଲ୍ଲାର ବାଙ୍କୀରେ ୬୦.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ