
ଭୁବନେଶ୍ୱର, ୦୩ ଅକ୍ଟୋବର (ହି.ସ.)- ପୋଲିସ ଏସଆଇ ପରୀକ୍ଷାରେ ଜାଲିଆତି ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ଛାତ୍ର ବିଜେଡି ସଭାନେତ୍ରୀ ଇପସିତା ସାହୁ। ସେ କହିଛନ୍ତି ବିଜେପି ସରକାରରେ ୧୫ ମାସ ଭିତରେ ୧୬ ଟି ପେପର ଲିକ୍ ମାମଲା ଘଟିଲାଣି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହୁଛନ୍ତି, ଆମ ଲୋକ ସାମିଲ ଥିଲେ କଣ ଆମେ ଦୋଷୀ ଙ୍କୁ ଧରିଥାନ୍ତୁ ନା ପରୀକ୍ଷା ବାତିଲ କରିଥାନ୍ତୁ। କିନ୍ତୁ ମଲମ ଲଗାଇଲେ କାମ ଦେବନି ଅପରେଶନ ଦରକାର ବୋଲି ଇପସିତା କହିଛନ୍ତି। ଆମର ପ୍ରଶ୍ନ କେବେ ଅପରେଶନ କରିବେ। ଏସଆଇ ପରୀକ୍ଷା ଜାଲିଆତି ଆଗ ଓଡିଶା ପୋଲିସ ନୁହେଁ ଆନ୍ଧ୍ର ପୋଲିସ ଧରିଥିଲା। ତାପରେ ଓଡିଶା ପୋଲିସ ଘଟଣାରେ ହସ୍ତକ୍ଷେପ କରିବାକୁ ବାଧ୍ୟ ହେଲା।
ସେ ଅଭିଯୋଗ କରିଛନ୍ତି ଯେ ଏସଆଇ ପରୀକ୍ଷା ଦୁର୍ନୀତିର ମାଷ୍ଟର ମାଇଣ୍ଡ ହେଲା ଶଙ୍କର ପୃଷ୍ଟି। ଯିଏକି ପଂଚ ସଫ୍ଟ ର ମାଲିକ। ସେ ବିଜେପିର ଜଣେ କର୍ମୀ। ବିଜେପିର ଜଣେ ନେତାଙ୍କୁ ଫଚ୍ରୁ୍ୟନର ଗାଡି ଗିଫ୍ଟ ଦେଇଛି। ମୁଖ୍ୟମନ୍ତ୍ରୀ, ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଓ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବର ଶଙ୍କର ପୃଷ୍ଟି ଙ୍କ ଫଟୋ ଦେଖାଇ ସାମ୍ବାଦିକ ସମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡ଼ି।
ସେହିପରି ବିଜେଡ଼ି ମୁଖପାତ୍ର ତୁମ୍ବ ନାଥ ପଣ୍ଡା କହିଛନ୍ତି ଯେ ଚାକିରି ଲୋଭରେ ୧୦ ଲକ୍ଷ ଟଙ୍କା ଦେଇଥିବା ୧୧୪ ଜଣ ଆଶାୟୀଙ୍କୁ ପୋଲିସ ଗିରଫ୍ କରିଛି। ତାଙ୍କୁ ଭେଟିବାକୁ ବ୍ରହ୍ମପୁର ଜେଲ ଆଗରେ ବାପା ମା ଭିଡ ଲଗାଇଛନ୍ତି। ସେପଟେ ଚୌଦ୍ୱାର ଭଳି ହାଇ ସିକ୍ୟୁରିଟି ଜେଲ୍ ରୁ କଏଦୀ ଫେରାର୍ ହୋଇଯାଉଛନ୍ତି। ଜେଲ କର୍ତୃପକ୍ଷ ଙ୍କ ସାଠ ଗାଠ ଅଛି। ଓପିଆରବି ଓ ଜେଲ ଡିଜି ଦାୟିତ୍ୱରେ ଜଣେ ଅଧିକାରୀ। ଏ ସରକାର ରେ ସବୁ ଫିଲ୍ମ ଷ୍ଟାଇଲରେ ହେଉଛି। ତିନିଟି ବସରେ ପିଲାଙ୍କୁ ନିଆଯାଉଛି ରାଜ୍ୟ ବାହାରକୁ ଆଉ ଏପଟେ ଜିଭ ଛେଲା ରେ ଜେଲ୍ କାଟି କଏଦୀ ଛୁ ମାରୁଛନ୍ତି। ତୁରନ୍ତ ନ୍ୟାୟ ନମିଳିଲେ ବିଜେଡ଼ି ରାଜ ରାସ୍ତା ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା