ପୁରୀରେ ନିର୍ମାଣ ହେବ ଇ ଲାଇବ୍ରେରୀ
ଭୁବନେଶ୍ୱର, ୦୩ ଅକ୍ଟୋବର (ହି.ସ.)- ପୁରୀରେ ନିର୍ମାଣ ହେବ ଡିଜିଟାଲ ଲାଇବ୍ରେରୀ। ନୂଆ ରଘୁନନ୍ଦନ ଲାଇବ୍ରେରୀ ଜାଗାରେ ଡିଜିଟାଲ ଲାଇବ୍ରେରୀ ଅର୍ଥାତ ଇ ଲାଇବ୍ରେରୀ ନିର୍ମାଣ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ସେହି ଇ ଲାଇବ୍ରେରୀ ଜ୍ଞାନ ଯଜ୍ଞ ମଣ୍ଡପ
ପୁରୀରେ ନିର୍ମାଣ ହେବ ଇ ଲାଇବ୍ରେରୀ


ଭୁବନେଶ୍ୱର, ୦୩ ଅକ୍ଟୋବର (ହି.ସ.)- ପୁରୀରେ ନିର୍ମାଣ ହେବ ଡିଜିଟାଲ ଲାଇବ୍ରେରୀ। ନୂଆ ରଘୁନନ୍ଦନ ଲାଇବ୍ରେରୀ ଜାଗାରେ ଡିଜିଟାଲ ଲାଇବ୍ରେରୀ ଅର୍ଥାତ ଇ ଲାଇବ୍ରେରୀ ନିର୍ମାଣ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ସେହି ଇ ଲାଇବ୍ରେରୀ ଜ୍ଞାନ ଯଜ୍ଞ ମଣ୍ଡପ ନାଁରେ ନାମିତ ହେବ। ଇ ଲାଇବ୍ରେରୀ ସହ ଏକ ରିସର୍ଚ୍ଚ ସେଂଟର ମଧ୍ୟ ନିର୍ମାଣ କରିବେ ସରକାର। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଭକ୍ତ ଏବଂ ଗବେଷକମାନଙ୍କୁ ଡିଜିଟାଲ ସୁବିଧା ପ୍ରଦାନ କରିବା ସହିତ ବିରଳ ମନ୍ଦିର ରେକର୍ଡ, ରୀତିନୀତି, ପବିତ୍ର ମାଦଳା ପାଞ୍ଜି, ତାଳପତ୍ର ପାଣ୍ଡୁଲିପି ଏବଂ ଅନ୍ୟାନ୍ୟକୁ ସଂରକ୍ଷଣ କରିବା ପାଇଁ ଏହି ନିଷ୍ପତି ନେଇଛି। ଗବେଷଣା କରିବା ପାଇଁ ଏହା ସହାୟକ ହେବ। ପୁରାତନ ପୁସ୍ତକ ଏବଂ ତଥ୍ୟ ସହ ସଂରକ୍ଷିତ ଡକ୍ୟୁମେଂଟକୁ ନେଇ ଡାଟାବେସ ତିଆରି ହେବ। ଜଗନ୍ନାଥ ସଂସ୍କୃତି ଗବେଷକ ମାନେ ଅଧିକ ତଥ୍ୟ ପାଇ ପାରିବେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande