ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଯାତାୟତ ପାଇଁ ପୁନର୍ସ୍ଥାପିତ
ଜମ୍ମୁ, 30 ଅକ୍ଟୋବର (ହି.ସ.)- ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଯାତାୟାତ ପାଇଁ ପୁନଃ ଖୋଲାଯାଇଛି। ଛୋଟ ଯାନବାହନଗୁଡିକ ପାଇଁ ରାଜପଥକୁ ଉଭୟ ଦିଗରୁ ଖୋଲାଯାଇଛି । ସେହିପରି ଭାରି ଯାନବାହନଗୁଡିକୁ କେବଳ ଗୋଟିଏ ଦିଗରେ ଯିବାକୁ ଅନୁମତି ଦିଆଯାଇଛି। ସୂଚନା ଅନୁସାରେ, ଆଜି
ଜମ୍ମୁ-ଶ୍ରୀନଗର ଜାତୀୟ     ରାଜପଥ ଯାତାୟତ ପାଇଁ ପୁନର୍ସ୍ଥାପିତ


ଜମ୍ମୁ, 30 ଅକ୍ଟୋବର (ହି.ସ.)- ଜମ୍ମୁ-ଶ୍ରୀନଗର

ଜାତୀୟ ରାଜପଥ ଯାତାୟାତ ପାଇଁ ପୁନଃ ଖୋଲାଯାଇଛି। ଛୋଟ ଯାନବାହନଗୁଡିକ ପାଇଁ ରାଜପଥକୁ ଉଭୟ

ଦିଗରୁ ଖୋଲାଯାଇଛି । ସେହିପରି ଭାରି ଯାନବାହନଗୁଡିକୁ କେବଳ ଗୋଟିଏ ଦିଗରେ ଯିବାକୁ ଅନୁମତି

ଦିଆଯାଇଛି।

ସୂଚନା ଅନୁସାରେ, ଆଜି ଛୋଟ ଯାନବାହନଗୁଡିକୁ ଶ୍ରୀନଗରରୁ ଜମ୍ମୁ ଏବଂ ଜମ୍ମୁରୁ ଶ୍ରୀନଗର — ଉଭୟ ଦିଗରେ ଯିବା ପାଇଁ ଅନୁମତି ମିଳିଛି। ହେଲେ ଭାରି ଯାନବାହନଗୁଡିକୁ କେବଳ ଜମ୍ମୁରୁ

ଶ୍ରୀନଗର ଦିଗକୁ ଯିବାକୁ ଅନୁମତି ଦିଆଯାଇଛି।

ଅଧିକାରୀମାନଙ୍କ କହିବା

ଅନୁସାରେ, ନିର୍ଦ୍ଧାରିତ ସମୟ ପରେ କୌଣସି ଯାନବାହନକୁ ଚଳାଚଳ କରିବାକୁ ଅନୁମତି ଦିଆଯିବନାହିଁ

। ଜାମ୍‌ ପରିସ୍ଥିତି ହେବାକୁ ନଦେବା ପାଇଁ ଅଧିକାରୀମାନେ ଚାଳକମାନଙ୍କୁ ନିଜ ଲାଇନ୍‌ରେ ରହି

ଚାଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande