ଗାନ୍ଧୀନଗର, ୯ ଅକ୍ଟୋବର (ହି.ସ.)- କେନ୍ଦ୍ର ରେଳ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଗୁରୁବାର ଦିନ ମେହସାଣାରେ ଭାଇବ୍ରେଂଟ ଗୁଜୁରାଟ ରିଜିଓନାଲ କନ୍ଫରେନ୍ସ (ବିଜିଆରସି) ସମାରୋହ ପୂର୍ବରୁ ବିଜିଆରସି ଅନ୍ତର୍ଗତ ଆୟୋଜିତ ଟ୍ରେଡ୍ ସୋ ଓ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ ।
ଏହି ଅବସରରେ ଅର୍ଥମନ୍ତ୍ରୀ କନୁଭାଇ ଦାସାଇ, ସ୍ୱାସ୍ଥ୍ୟମନ୍ତ୍ରୀ ଋଷିକେଶଭାଇ ପଟେଲ ଏବଂ ଶିଳ୍ପମନ୍ତ୍ରୀ ବଲବନ୍ତସିଂହ ରାଜପୁତ ଉପସ୍ଥିତ ଥିଲେ । ରାଜ୍ୟ ସୂଚନା ବିଭାଗ ଏକ ବିବୃତିରେ କହିଛି ଯେ, କେନ୍ଦ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ବିଜିଆରସି ପ୍ରଦର୍ଶନୀ ପରିଦର୍ଶନ କରିଥିଲେ, ଯେଉଁଥିରେ ବିଭିନ୍ନ କ୍ଷେତ୍ରର ଉତ୍ପାଦ, ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ନବସୃଜନକାରୀ, ଉଦ୍ୟୋଗୀ, ନିବେଶକ, ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ), ଷ୍ଟାର୍ଟଅପ୍, ବିଦେଶୀ କ୍ରେତା, ଅନେକ ପ୍ରମୁଖ କମ୍ପାନୀ, ସରକାରୀ ବିଭାଗ, ସାର୍ବଜନୀନ କ୍ଷେତ୍ର ଉଦ୍ୟୋଗ ଏବଂ ବିଶ୍ୱ ଅଂଶୀଦାରମାନଙ୍କୁ ଏକତ୍ରିତ କରି ଏକ ଆତ୍ମନିର୍ଭରଶୀଳ ଭାରତର ଦୃଷ୍ଟିକୋଣକୁ ଆଗକୁ ବଢାଇବା, ସ୍ଥାନୀୟ ଏବଂ ସ୍ଥାୟୀ ଆର୍ôଥକ ବିକାଶ ପାଇଁ ସ୍ୱର ଉତୋଳନ କରିବା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ