ଅଁଳା ନବମୀ ଅବ୍ୟବସ୍ଥା :  ଭାଇରାଲ୍ ହେଉଛି ଗର୍ଭଗୃହ ଓ ଶ୍ରୀରାଧାଙ୍କ ଫଟୋ
ପୁରୀ, ୧ ନଭେମ୍ବର (ହି.ସ.)- ରାଜ୍ୟର ଅନ୍ୟତମ ପ୍ରମୁଖ ବୈଷ୍ଣବ କ୍ଷେତ୍ର ପୁରୀ ଜିଲ୍ଲାର ସାକ୍ଷିଗୋପାଳ ସ୍ଥିତ ସାକ୍ଷିଗୋପୀନାଥ ମନ୍ଦିରରେ ଗତକାଲି ପବିତ୍ର ଅଁଳା ନବମୀରେ ଶ୍ରୀରାଧାଙ୍କ ପାଦ ଦର୍ଶନ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଏଠାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ହେଲେ ଚଳିତ ବ
ସାକ୍ଷିଗୋପାଳ ସ୍ଥିତ ସାକ୍ଷିଗୋପୀନାଥ ମନ୍ଦିର


ପୁରୀ, ୧ ନଭେମ୍ବର (ହି.ସ.)- ରାଜ୍ୟର ଅନ୍ୟତମ ପ୍ରମୁଖ ବୈଷ୍ଣବ କ୍ଷେତ୍ର ପୁରୀ ଜିଲ୍ଲାର ସାକ୍ଷିଗୋପାଳ ସ୍ଥିତ ସାକ୍ଷିଗୋପୀନାଥ ମନ୍ଦିରରେ ଗତକାଲି ପବିତ୍ର ଅଁଳା ନବମୀରେ ଶ୍ରୀରାଧାଙ୍କ ପାଦ ଦର୍ଶନ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଏଠାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ହେଲେ ଚଳିତ ବର୍ଷ ବିରାଟ ଅବ୍ୟବସ୍ଥା ସାମ୍ନାକୁ ଆସିଛି । ହ୍ୱାଟସଆପ୍ ଜରିଆରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ମନ୍ଦିର ଗର୍ଭଗୃହ, ଶ୍ରୀରାଧାଙ୍କ ଫଟୋ ଏବଂ ଶ୍ରୀରାଧାଙ୍କ ପାଦପଦ୍ମର ଫଟୋ । ବର୍ଷତମାମ ଠାକୁରାଣୀଙ୍କ ପାଦପଦ୍ମ ପିନ୍ଧା ବସନରେ ଆବୃତ ହୋଇ ରହିଥାଏ । ବର୍ଷକରେ ଥରେ ପବିତ୍ର କାର୍ତିକ ମାସରେ ଅଁଳା ନବମୀ ଦିନ ଶ୍ରଦ୍ଧାଳୁମାନେ ମା’ ଙ୍କ ପାଦ ଦର୍ଶନର ସୁଯୋଗ ପାଇଥାନ୍ତି । ତେବେ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ବେ କିପରି କେହି ମୋବାଇଲ୍ ରେ ଏକାଧିକ ଫଟୋ ଉତୋଳନ କଲା, କିଏ ଏହି ଫଟୋ ଉଠାଇଲା, ଏହି ଫଟୋ ମୋବାଇଲ୍ କ୍ୟାମେରାରେ ଉତୋଳନ କରାଯାଇଛି ନା କୌଣସି ହିଡେନ୍ କ୍ୟାମେରାରେ ଏହି ଫଟୋକୁ କଏଦ୍ କରାଯାଇଛି, ମନ୍ଦିର ଭିତରର କେହି ସେବକ ଏହି ଫଟୋ ଭାଇରାଲ୍ କରିଛନ୍ତି ନା କୌଣସି ଶ୍ରଦ୍ଧାଳୁ ଏହି ଫଟୋ ଉତୋଳନ କରି ପରବର୍ତୀ ସମୟରେ ଫଟୋକୁ ଭାଇରାଲ୍ କରିଛନ୍ତି ତାକୁ ନେଇ ଏବେ ସାଧାରଣରେ ଉଠିଛି ପ୍ରଶ୍ନ ।

ତେବେ ଏ ସମ୍ପର୍କରେ ପ୍ରତିକ୍ରିୟା ନେବା ପାଇଁ ଆମେ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସେ ଫୋନ୍ ଉଠାଇନଥିଲେ । ଫଳରେ ତାଙ୍କ ପ୍ରତିକ୍ରିୟା ନେବା ସମ୍ଭବ ହୋଇନଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande