ରାଉରକେଲାରେ ଏୟାର ପୋର୍ଟ ଚାପ୍‌ଟର କ୍ଲୋଜ, ଆଗାମୀ ଦିନରେ ମଣିପାଲ ଓ ଆଦାନୀ ଗୃପ ସମ୍ଭାଳିବେ ଆଇଜିଏଚ ଓ ଆରଏସପି
ରାଉରକେଲାରେ ଏୟାର ପୋର୍ଟ ଚାପ୍‌ଟର କ୍ଲୋଜ,ଆଗାମୀ ଦିନରେ ମଣିପାଲ ଓ ଆଦାନୀ ଗୃପ ସମ୍ଭାଳିବେ ଆଇଜିଏଚ ଓ ଆରଏସପି
ରାଉରକେଲାରେ ଏୟାର ପୋର୍ଟ ଚାପ୍‌ଟର କ୍ଲୋଜ, ଆଗାମୀ ଦିନରେ ମଣିପାଲ ଓ ଆଦାନୀ ଗୃପ ସମ୍ଭାଳିବେ ଆଇଜିଏଚ ଓ ଆରଏସପି


ରାଉରକେଲା,୧୦ ନଭେମ୍ବର (ହି.ସ.)- ରାଉରକେଲା ସହର ଉନ୍ନତି କରିବ, ଏଠି ଦେଶ ବିଦେଶରୁ ରୋଜଗାର ଲାଗି ସୁଯୋଗ ସୃଷ୍ଟି ହେବ, ଶିକ୍ଷା, ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ନାନା ସୁଯୋଗ ଆସିବ ଏହାର ମୁଳ ଆଧାର ହେବ ରାଉରକେଲା ଏୟାରପୋର୍ଟ, ଏହି ଡାକରା ବିଭିନ୍ନ ଦଳ, ନେତା ଦେଇ ଲୋକଙ୍କୁ ଭୁଆଁ ବୁଲାଇଲେ, ନିଜ ଫାଇଦା ନେଲେ ହେଲେ ପଲିଟିକାଲ ଇଛା ଶକ୍ତି କାହାର ରହିଲା ନାହିଁ ଶେଷରେ ଏୟାର ପୋର୍ଟ ଏଠାରେ ଚାଲିବା ଲାଗି ଯେଉଁ ଶେଷ ସୁଯୋଗଟି ଥିଲା ତାହା ଅକ୍ଟୋବର ୨୮ରେ ସରିଯିବା ସହ ରାଜ୍ୟ ସରକାରଙ୍କ ଟ୍ରାନ୍ସପୋର୍ଟ ସଚିବ ଉଷା ପାଢୀ ଏଥିଲାଗି ଯେଉଁ ଶେଷ ଅନୁରୋଧ ସେଲ କୁ କରିଥିଲେ ତାକୁ ସେଲ କର୍ତୁପକ୍ଷ ଗ୍ରହଣ ନକରି ରାଉରକେଲାରେ ଏୟାର ପୋର୍ଟ ସ୍ୱପ୍ନ ଚାପ୍‌ଟର କୁ କ୍ଲୋଜ କରିଦେଇଛନ୍ତି । ଏଥିସହ ଆଗାମୀ ଦିନରେ ରାଉରକେଲାର ଆଇଜିଏଚ କୁ ମଣିପାଲ ଗୃପ ନେଇ ଚଳାଇବା ଲାଗି ରାସ୍ତା ସୁଗମ ହେଉଥିବା ବେଳେ ଆଦାନୀ ଗୃପ ୨୦୨୮ ଶୁଦ୍ଧା ରାଉରକେଲା ଇସ୍ପାତ କାରଖାନା (ଆରଏସପି)କୁ ଚଳାଇବା ଲାଗି ସବୁ ପ୍ରକାର ରାସ୍ତା ସଫା ହୋଇ ୯ ମିଲିଅନ ଟନ ଆଧୁନୀକିକରଣ ଉପରେ ପ୍ରଶ୍ନ ଲଗାଇବା ସହ ରାଉରକେଲା ସହର ଆଗାମୀ ଦିନରେ ଏଇମାନଙ୍କ ହାତକୁ ଚାଲଯିବାର ରାସ୍ତା ସଫା ହେବାରେ ଲାଗିଛି ବୋଲି ଖବର ମିଳିଛି ।

ଅନୁସନ୍ଧାନରୁ ଜଣାପଡିଛି ଯେ, ରାଉରକେଲା ଏୟାର ପୋର୍ଟ ଯାହାକୁ ଗତ ହକି ସମୟରେ ଚଳଚଂଚଳ କରାଯାଇ ୩ ବର୍ଷ ଲାଗି ସେଲ କର୍ତୁପକ୍ଷ, ଡିଜିସିଏ, ଏୟାର ଚଳାଚଳ କଂପାନୀ ଓ ରାଜ୍ୟ ସରକାରଙ୍କ ଭିତରେ ଏକ ରାଜିନାମା ହୋଇଥିଲା ଓ ଏଥିରେ ରାଉରକେଲାରେ ବିମାନ ସେବା ଦିଆଯବା ନେଇ ଚୁକ୍ତି ହୋଇଥିଲା । ପରେ ୨ରୁ ଅଢେଇ ବର୍ଷ ଏଠାରେ ଘରୋଇ ବିମାନ ବିଭିନ୍ନ ସମୟରେ ଉଡିଲା, ଏହି ଏୟାରପୋର୍ଟ ଲାଗି ବାର୍ଷିକ ୧୨ କୋଟି ଟଙ୍କା ସେଲ ଖର୍ଚ୍ଚ କଲା, ରାଜ୍ୟ ସରକାର କିଛି ଅର୍ଥ ଖର୍ଚ୍ଚ କଲେ, ଏଠାରେ ୨ସି , ୪ସି ବିମାନ ସେବା ଲାଗି ଦାବି ଉଠିଲା। ସେପଟେ ଏୟାରପୋର୍ଟ ଭିତରେ ଆଦିବାସୀ ମାନଙ୍କର ଜାଗା ରହିଥିବା ନେଇ ସେମାନେ ସୁପ୍ରିମକୋର୍ଟ ମଧ୍ୟ ଗଲେ, ଶେଷରେ ହଠାତ ବିମାନ କଂପାନୀ ମନା କରିଦେଲା ଆଉ ଏଠାରୁ ବିମାନ ଚଳାଇବା ସମ୍ଭବ ନୁହେଁ କାରଣ ତା'ର ଆଉ ବିମାନ ନାହିଁ । ଏହା ଭିତରେ ୨/ ୪ ମାସ ବିତିଗଲା, କିଛି ଅନୁଷ୍ଠାନ ଆନ୍ଦୋଳନ କଲେ, ଦାବି କଲେ ଏୟାର ସୁବିଧା ପୁଣି ଦିଆଯାଉ, ତା' ଭିତରେ ଅକ୍ଟୋବର ୨୮, ୨୦୨୫ ରେ ୩ ବର୍ଷ ତଳେ ହୋଇଥିବା ରାଜିନାମାର ତାରିଖ ସମୟ ସୀମା ସରିଗଲା । ଫଳରେ ବିମାନ ସେବା ଦେବାକୁ ଥିବା କଂପାନୀ, ୧୨ କୋଟି ଖର୍ଚ୍ଚ କରୁଥିବା ସେଲ ଆଦି ଦୋଷ ମୁକ୍ତ ହୋଇ ବସି ପଡିଥିବା ବେଳେ ରାଜ୍ୟ ସରକାରଙ୍କ ପରିବହନ ସଚିବ ଉଷା ପାଢୀ ସେଲ କର୍ତୁପକ୍ଷଙ୍କୁ ଏକ ପତ୍ର ଲେଖି ଏହି ରାଜିନାମାକୁ ରକ୍ଷା କରିବାକୁ ଅନୁରୋଧ କରିଥିଲେ, ହେଲେ ସେଲ କର୍ତୁପକ୍ଷ ଏନେଇ ରାଜି ନହେବା ସହ କହିଥିଲେ ସରକାର ବରଂ ଏୟାରପୋର୍ଟକୁ ନେଇଯାଉ କିନ୍ତୁ ସେଲ ଆଉ ଏଭଳି ରାଜିନାମାକୁ ଯିବ ନାହିଁ । ଫଳରେ ଏୟାରପୋର୍ଟ ଲାଗି ସବୁ ପ୍ରକାର ସୁଯୋଗର ରାସ୍ତା ବନ୍ଦ ହୋଇଗଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ସେପଟେ ଏଭଳି କାରବାର ଲାଗି ରାଉରକେଲା ବିଧାୟକଙ୍କ ସମେତ ଜିଲ୍ଲାର ଅନ୍ୟାନ୍ୟ ବିଧାୟକ ସାଂସଦ ହିଁ ମୁଖ୍ୟତଃ ଦାୟୀ ବୋଲି ଅଭିଯୋଗ ହେଉଥିବା ବେଳେ ଏହା ରାଉରକେଲା ପାଇଁ ଆରମ୍ଭ ମାତ୍ର, ଆଗାମୀ ଦିନରେ ଆଇଜିଏଚ ଓ ଆରଏସପି ମଧ୍ୟ ଅନ୍ୟ ହାତକୁ ଚାଲିଯିବ ବୋଲି ଖବର ମିଳିଛି । ଆଇଜିଏଚକୁ ୨୦୨୬ ସୁଦ୍ଧା ମଣିପାଲ ଗୃପ ନେବାକୁ ସବୁପ୍ରକାର ବ୍ୟବସ୍ଥା ଶେଷ ସୋପାନରେ ପହଁଚିଥିବା ବେଳେ ଆରଏସପିକୁ ୨୦୨୮ ସୁଦ୍ଧା ଆଦାନୀ ଗୃପ ନେବାକୁ ରାସ୍ତା ସଫା ହେବାରେ ଲାଗିଥିବା ଖବର ମିଳିଛି । ଏହି କାରବାର ଲାଗି ଲୋକେ ତଥା କଥିତ ଶ୍ରମିକ ସଂଗଠନ, ପଲିଟିକାଲ ଦଳଙ୍କୁ ଦାୟୀ କରୁଥିବା ବେଳେ ଏଯାଏ ଏନେଇ ଗୋଟିଏ ହେଲେ ଜନ ସ୍ଵାର୍ଥ ମାମଲା ନହେବା ସେଭଳି ଆଖିଦୃଶିଆ ଦୁର୍ବାର ଆନ୍ଦୋଳନ ନହେବା ଲୋକ ମାନଙ୍କ ସନ୍ଦେହକୁ ଅଧିକ ଦୃଢିଭୁତ କରିଛି । ତେଣୁ ଆମ ରାଉରକେଲା ଖୁବ ଶିଘ୍ର ହେବାକୁ ଯାଉଛି ଆଦାନୀ ଗୃପର ରାଉରକେଲା କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି କୁହାଯାଉଛି ।

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande