
, 10 ନଭେମ୍ବର (ହି.ସ.)
ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ଦଶମନ୍ତପୁର ଜୋନ୍ ଜେନେରାଲ ବଡ଼ି ମିଟିଂ ସୁଶ୍ରୀ ମିତା ଜାନୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ସଭାକୁ ଉଦଘାଟନ କରି ସିପିଆଇ ରାଜ୍ୟ କାର୍ଯ୍ୟକାରି କମିଟି ସଭ୍ୟ ଶ୍ରୀ ପ୍ରମୋଦ କୁମାର ମହାନ୍ତି ସର୍ବଭାରତୀୟ ମହାଧିବେଶନ ର ଆହ୍ୱାନ କୁ ଉପସ୍ଥାପିତ କରିଥିଲେ । ସେପ୍ଟେମ୍ବର ୨୧ ରୁ ୨୫ ଚଣ୍ଡୀଗଡ଼ ଠାରେ ଅନୁଷ୍ଠିତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ମହାଧିବେଶନ ଆହ୍ୱାନ ଦେଇଛି ଭାରତ ବର୍ଷର ଧର୍ମନିରପେକ୍ଷ ସମ୍ବିଧାନ କୁ ଆର୍ ଏସ୍ ଏସ୍ ନିର୍ଦ୍ଦେଶନାରେ ପରିଚାଳିତ ବିଜେପି ସରକାର ଧ୍ୱଂସ କରିବା ପାଇଁ ସମସ୍ତ ଉଦ୍ୟମ ଜାରି ରଖିଛି। ଦେଶର ଗରୀବ ମେହନତୀ ମଣିଷ ର ଆବଶ୍ୟକ ସର୍ବନିମ୍ନ ଜରୁରୀ ବ୍ୟବସ୍ଥା ଖାଦ୍ୟ ବସ୍ତ୍ର ବାସଗୃହ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଆଜି ବିପର୍ଯ୍ୟସ୍ତ ହୋଇପଡିଛି। ସମସ୍ତ ଙ୍କୁ ସମ୍ବିଧାନ ସମାନ ଅଧିକାର ଦେଇଥିବା ବେଳେ ଦେଶର ସକଳ ସମ୍ପଦ ର ସିଂହ ଭାଗ କେତୋଟି ପୁଞ୍ଜିପତି କବଳରେ । ଦେଶର ଜନସାଧାରଣ ଙ୍କୁ ଭ୍ରମିତ କରି ଧର୍ମୀୟ ସାମ୍ପ୍ରଦାୟିକତା ଭିତ୍ତିରେ ଭାଗ ଭାଗ କରି ଦେଶକୁ ହିନ୍ଦୁ ରାଷ୍ଟ୍ର ଘୋଷଣା ପାଇଁ କିଛି ସାଧୁ ସନ୍ଥ ଙ୍କ ଜରିଆରେ ଅଭିଯାନ ଆରମ୍ଭ ହୋଇଛି । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପଞ୍ଜାବ ରେ ଭିନ୍ଦ୍ରେୱଲା ନେତୃତ୍ବରେ ଖାଲିସ୍ଥାନୀ ଆତଙ୍କବାଦୀ ମାନଙ୍କ ଖାଲିସ୍ଥାନ ରାଷ୍ଟ୍ର ଦାବି ବିରୁଦ୍ଧରେ ଛିଡ଼ା ହୋଇ ପ୍ରାଣପାତ କରିଥିବା ବେଳେ ଆଜି ଦେଶକୁ ହିନ୍ଦୁ ରାଷ୍ଟ୍ର ନାଁ ରେ ଅସ୍ଥିର କରୁଥିବା ଶକ୍ତି ମାନଙ୍କ ବିରୁଦ୍ଧରେ ସେହିଭଳି ଛିଡା ହେବ । ଦେଶର ଏକତା ଅଖଣ୍ଡତା ଓ ସମ୍ବିଧାନର ସୁରକ୍ଷା ପାଇଁ ଶାଖା ସ୍ତରରୁ ସଚେତନ ଅଭିଯାନ କରିବାକୁ ଆହ୍ବାନ ଦେଇଛନ୍ତି। ଜିଲ୍ଲା ସମ୍ପାଦକ ଶ୍ରୀ ରାମକୃଷ୍ଣ ଦାସ ସମସ୍ତ ଶାଖାର ସଭ୍ୟ ପଦ ନବୀକରଣ କରିବା ସହ ନୂତନ ଶାଖା ଗଠନ କରିବା ପାଇଁ ନିବେଦନ କରିଥିଲେ। ସ୍ଥାନୀୟ ଜନ ସମସ୍ୟା ଓ ଜିଲ୍ଲା ର ସମସ୍ୟା ସମାଧାନ ପାଇଁ ଜନ ଆନ୍ଦୋଳନ ମଜବୁତ୍ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଜିଲ୍ଲା ସହ ସମ୍ପାଦକ ଶ୍ରୀ କୁମର ଜାନୀ ଏବଂ ଜୋନ୍ ସମ୍ପାଦକ ଶ୍ରୀ କଣ୍ଠ କମାର ଦଶମନ୍ତପୁର ଅଞ୍ଚଳରେ ଲୋକଙ୍କ ସମସ୍ୟା ସମାଧାନ ପାଇଁ ଲଗାତାର ଆନ୍ଦୋଳନ କରିବା ପାଇଁ କହିଛନ୍ତି। ଏଠାର ଖଣି ପାଣି ସବୁ ଥାଇ ମଧ୍ୟ ଆମ ଅଞ୍ଚଳର ଲୋକମାନେ ଦାଦନ ଖଟିବାକୁ ଯାଉଛନ୍ତି । ଏସମସ୍ତ ବିଷୟ ରେ ଜନ ସଚେତନତା ସୃଷ୍ଟି ପାଇଁ ଅଭିଯାନ ଜାରି ରହିବ । ଆଜିର ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଘନ ଗୈ।ଡ଼,ସବା ଗୈ।ଡ଼ , ବାରା ଜାନୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି