
ବିକଶିତ ଭାରତ ନିର୍ମାଣରେ ବନ୍ଦେ ମାତରମ୍ ହେବ ପଥପ୍ରଦର୍ଶକ - ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର,୧୦ ନଭେମ୍ବର (ହି.ସ.)- କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟର ରାମଜସ୍ କଲେଜରେ 'ବନ୍ଦେ ମାତରମ୍'ର ୧୫୦ ବର୍ଷ ପୂର୍ତି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ ଛାତ୍ରଛାତ୍ରୀମାନଙ୍କ ଗହଣରେ ସାମୂହିକ ବନ୍ଦେ ମାତରମ୍ ସଙ୍ଗୀତ ଗାନ କରିବା ସହ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବା ପାଇଁ ସଂକଳ୍ପ ନେବାକୁ ଶପଥ ପାଠ କରାଇଥିଲେ ।
ଶ୍ରୀ ପ୍ରଧାନ ଏହି ଅବସରରେ ମହାନ ରାଷ୍ଟ୍ରଭକ୍ତ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ଜାତୀୟ ସଙ୍ଗୀତର ଐତିହାସିକ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଲମ୍ବା ସଂଘର୍ଷ ଏବଂ ଅଗଣିତ ରାଷ୍ଟ୍ର ସେବକଙ୍କ ବଳିଦାନ ପରେ ୧୯୪୭ରେ ଆମକୁ ସ୍ୱାଧୀନତା ମିଳିଥିଲା । ବନ୍ଦେ ମାତରମ୍ ସେହି ଜାତୀୟ ଚେତନାର ଉଦଘୋଷ ଥିଲା, ଯାହା ସମଗ୍ର ଦେଶକୁ ଏକ ସୂତ୍ରରେ ବାନ୍ଧିଥିଲା । ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରତ୍ୟେକ କ୍ଲାସ୍?ରୁମ୍?ରେ ବନ୍ଦେ ମାତରମ୍?ର ସାମୂହିକ ଗାନ ଏକ ସଶକ୍ତ ପରମ୍ପରା ଭାବରେ ସ୍ଥାପିତ ହେବା ଆବଶ୍ୟକ । ଏହା ଦ୍ୱାରା ଏହା ଏକ ଜନଆନ୍ଦୋଳନରେ ପରିଣତ ହୋଇପାରିବ । ସ୍ୱାଧୀନତା ସମୟରେ ଆଜାଦୀ ପାଇଁ ଏହାକୁ ଗାନ କରାଯାଉଥିଲା, କିନ୍ତୁ ଆଜି ଏକବିଂଶ ଶତାବ୍ଦୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିକଶିତ ଏବଂ ସମୃଦ୍ଧ ଭାରତର ନିର୍ମାଣ ପାଇଁ ବନ୍ଦେ ମାତରମ୍ ଆମର ପଥପ୍ରଦର୍ଶକ ହେବ ।ବନ୍ଦେ ମାତରମ୍?ର ଦିବ୍ୟ ଶକ୍ତି ଏବଂ ସ୍ୱଦେଶୀ ସଂକଳ୍ପର ଭାବନା ଅନୁରୂପ ଦେଶର ପ୍ରଗତିରେ ପ୍ରତ୍ୟେକ ଯୁବକଙ୍କର ଅଂଶଗ୍ରହଣ ଅନିବାର୍ଯ୍ୟ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଆତ୍ମନିର୍ଭର ଭାରତର ଏହି ସଂକଳ୍ପକୁ ଆମେ ସମସ୍ତେ ମିଶି ପୂରଣ କରିବା ପାଇଁ ସେ ଆହ୍ୱାନ କରିଥିଲେ ।
ଏହି ଅବସରରେ ଶ୍ରୀ ପ୍ରଧାନ ବିଦ୍ୟାର୍ଥୀ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରିବାର ସହିତ ମିଶି ସାମୂହିକ ଭାବରେ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବା ପାଇଁ ସଂକଳ୍ପ ଶପଥ ନେଇଥିଲେ। ବିଦ୍ୟାର୍ଥୀମାନଙ୍କର ଉତ୍ସାହ, ଜାତୀୟ ଗର୍ବ ଏବଂ ସ୍ୱଦେଶୀ ମୂଲ୍ୟବୋଧ ପ୍ରତି ସମର୍ପଣକୁ ପ୍ରଶଂସା କରିଥିଲେ ଶ୍ରୀ ପ୍ରଧାନ । ଏହି ସାର୍ଥକ ଆୟୋଜନ ପାଇଁ ରାମଜସ୍ କଲେଜ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ଧନ୍ୟବାଦ ଜଣାଇବା ସହ ସମସ୍ତଙ୍କୁ ବନ୍ଦେ ମାତରମ୍?ର ଗୌରବପୂର୍ଣ୍ଣ ୧୫୦ ବର୍ଷ ପୂର୍ତି ଅବସରରେ ଅନେକ ଶୁଭେଚ୍ଛା ଜଣାଇଥିଲେ।
ପ୍ରକାଶ ଥାଉ କି, ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶ୍ରୀ ପ୍ରଧାନ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରି ରାମଜସ୍ କଲେଜରେ ପହଂଚିଥିଲେ।
..........
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା