କନିଷ୍ଠ ଶିକ୍ଷକ ସଂଘର ଜିଲ୍ଲାସ୍ତରୀୟ ବନ୍ଧୁ ମିଳନ
କେନ୍ଦୁଝର, ୧୦ ନଭେମ୍ବର (ହି.ସ.)- କନିଷ୍ଠ ଶିକ୍ଷକ ସଂଘ(ଓଜେଟିଏ) କେନ୍ଦୁଝରର ଜିଲ୍ଲା ସ୍ତରୀୟ ଏବଂ ବ୍ଲକ ସ୍ତରୀୟ ନେତୃତ୍ବଙ୍କୁ ନେଇ ଏକ ବନ୍ଧୁମିଳନ ଓ ସାଙ୍ଗଠନିକ ବୈଠକ ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ସଂଘର ସୁଦୃଢ଼ୀକରଣ,
କନିଷ୍ଠ ଶିକ୍ଷକ ସଂଘର ଜିଲ୍ଲାସ୍ତରୀୟ ବନ୍ଧୁ ମିଳନ


କେନ୍ଦୁଝର, ୧୦ ନଭେମ୍ବର (ହି.ସ.)- କନିଷ୍ଠ ଶିକ୍ଷକ ସଂଘ(ଓଜେଟିଏ) କେନ୍ଦୁଝରର ଜିଲ୍ଲା ସ୍ତରୀୟ ଏବଂ ବ୍ଲକ ସ୍ତରୀୟ ନେତୃତ୍ବଙ୍କୁ ନେଇ ଏକ ବନ୍ଧୁମିଳନ ଓ ସାଙ୍ଗଠନିକ ବୈଠକ ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ସଂଘର ସୁଦୃଢ଼ୀକରଣ, ଜିଲ୍ଲା ଓ ବ୍ଲକ ନେତୃତ୍ବଙ୍କ ମଧ୍ୟରେ ସୁସମ୍ପର୍କ ରକ୍ଷା, ନିୟମିତ ପାଇଁ ପଦକ୍ଷେପ ଓ ସଂଘର ଆଗାମୀ କାର୍ଯ୍ୟଯୋଜନା ସମ୍ବନ୍ଧୀୟ ବିଶେଷ ଆଲୋଚନା ହୋଇଥିଲା । ଏହି ଅବସରରେ ଓଜେଟିଏ କେନ୍ଦୁଝରର ଜିଲ୍ଲା ସଭାପତି ସତ୍ୟବ୍ରତ ଜେନାଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ, ପ୍ରବିର କୁମାର ସାହୁଙ୍କ ଦ୍ବାରା ଅତିଥି ପରିଚୟ ପ୍ରଦାନ ଠାରୁ ସଭା ଆରମ୍ଭ ହୋଇ ସଭା ପ୍ରାରମ୍ଭରେ ସଂଘର ଯୁଗ୍ମ କାର୍ଯ୍ୟକାରୀ ସଭାପତି ଚୟନ, ଜିଲ୍ଲା ମହିଳା ସଂଯୋଜିକା, ସଂଯୋଜକ, ନୂତନ ଭାବେ କୋଷାଧ୍ୟକ୍ଷ ଓ ସହ କୋଷାଧ୍ୟକ୍ଷ ଚୟନ, ଜିଲ୍ଲା କୋର କମିଟି ଗଠନ ଆଦି ପରେ ବିଶେଷ ଆଲୋଚନା ତତ ସହିତ ସମସ୍ତଙ୍କ ଦ୍ବାରା ପରିଚୟ ପ୍ରଦାନ ଏବଂ ପରିଶେଷରେ ଭୋଜନ ଗ୍ରହଣ ଓ ବିଦ୍ୟାଳୟ ଅନ୍ତେବାସୀ ଛାତ୍ରଛାତ୍ରୀଙ୍କୁ ପୁସ୍ତକ, ଖାତା, କଲମ, ପ୍ଲେଟ ବଣ୍ଟନ ପରେ ସେହି ବିଦ୍ୟାଳୟର ଶିକ୍ଷକ ଅମିତ ଦାସଙ୍କୁ ଓ ଓଜେଟିଏ ଘଟଗାଁକୁ ଧନ୍ୟବାଦ ପୂର୍ବକ ସଭା ସାଙ୍ଗ କରାଯାଇଥିଲା।

ଏହି ସଭାରେ ଜିଲ୍ଲା ସ୍ତରୀୟ ନେତୃବୃନ୍ଦ ମଧ୍ୟରେ ଅକ୍ଷୟ କୁମାର ସାହୁ, ଶୁଭଶ୍ରୀ ପ୍ରଧାନ, ଶୁଭଶ୍ରୀ ମହାନ୍ତି, ଉର୍ମିଳା ମହାନ୍ତି ଏବଂ ବ୍ଲକ ନେତୃତ୍ବ ମଧ୍ୟରେ ଶଶିକାନୁ ହୋତା, ବଳରାମ ସାହୁ, ରୋହିତ ମହାନ୍ତି, ଶିବ କୁମାର ପରମାଣିକ, ବିଦ୍ୟାଧର ସାହୁ, ତନ୍ମୟ କୁମାର ପାଗଳ, କଲ୍ୟାଣୀ ପତି, ଶାଶ୍ବତ ସୌମ୍ୟ ଜେନା, ପ୍ରଦ୍ୟୁମ୍ନ କୁମାର ବାରିକ, ସୁବର୍ଣ୍ଣେସ୍ବର ଜେନା, ରାକେଶ ରଞ୍ଜନ ମଲ୍ଲିକ, ଦେବସ୍ମିତା ମହାନ୍ତି, ପ୍ରଭାସିନୀ ନାହାକ, ବିଷ୍ଣୁପ୍ରିୟା ବେହେରା, ସସ୍ମିତା ପ୍ରଧାନ, ସମ୍ମାନ ଖଣ୍ଡେଇ, ଚନ୍ଦ୍ରଶେଖର ପାତ୍ର, ବିକାଶ କୁମାର ସାହୁ, କ୍ଷୀରୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande