୧୧ ତାରିଖ ସକାଳ ଠାରୁ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ଶୀତ ଲହରି ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ : ଆଗାମୀ ୨୪ ଘଂଟା ପାଇଁ କୌଣସି ଚେତାବନୀ ନାହିଁ
ଭୁବନେଶ୍ୱର, ୧୦ ନଭେମ୍ବର (ହି.ସ.)- ରାଜ୍ୟର ଜିଲ୍ଲାଗୁଡିକୁ ଆଗାମୀ ୨୪ ଘଂଟା ପାଇଁ କୌଣସି ଚେତାବନୀ ନଥିବା ବେଳେ ୧୧ ତାରିଖ ସକାଳ ଠାରୁ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ଶୀତ ଲହରି ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ୧୩ ତାରିଖ ସକାଳ ଠାରୁ ୧୭ ତାରିଖ ସକାଳ ପର୍ଯ୍ୟନ୍ତ କୌଣସି ଚେତାବନୀ ନାହିଁ
୧୧ ତାରିଖ ସକାଳ ଠାରୁ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ଶୀତ ଲହରି ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ : ଆଗାମୀ ୨୪ ଘଂଟା ପାଇଁ କୌଣସି ଚେତାବନୀ ନାହିଁ


ଭୁବନେଶ୍ୱର, ୧୦ ନଭେମ୍ବର (ହି.ସ.)- ରାଜ୍ୟର ଜିଲ୍ଲାଗୁଡିକୁ ଆଗାମୀ ୨୪ ଘଂଟା ପାଇଁ କୌଣସି ଚେତାବନୀ ନଥିବା ବେଳେ ୧୧ ତାରିଖ ସକାଳ ଠାରୁ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ଶୀତ ଲହରି ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ୧୩ ତାରିଖ ସକାଳ ଠାରୁ ୧୭ ତାରିଖ ସକାଳ ପର୍ଯ୍ୟନ୍ତ କୌଣସି ଚେତାବନୀ ନାହିଁ ।

୧୧ ତାରିଖ ଅର୍ଥାତ୍ ଆସନ୍ତାକାଲି ସକାଳ ଠାରୁ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ଶୀତ ଲହରି ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, କନ୍ଧମାଳ, କଟକ ଏବଂ ଖୋର୍ଦ୍ଧା ।

ସେହିପରି ଆଗାମୀ ୭ ଦିନ ଅର୍ଥାତ୍ ୧୭ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ଜିଲ୍ଲା ଗୁଡିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୋମବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande