ଓଡିଶା ଦୃଷ୍ଟିହୀନ ମହିଳା ସଂଘର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ
ଭୁବନେଶ୍ୱର,୧୦ ନଭେମ୍ବର (ହି.ସ.)- ସ୍ଥାନୀୟ ବୁଦ୍ଧ ମନ୍ଦିର ସଭାଗୃହରେ ଓଡିଶା ଦୃଷ୍ଟିହୀନ ମହିଳା ସଂଘର ୨୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ସଂଘର ଅଧ୍ୟକ୍ଷା ତଥା ପୂର୍ବତନ ମହିଳା କମିଶନ ସଦସ୍ୟା ସ୍ନେହାଞ୍ଜଳି ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ବାର୍ଷିକୋତ୍ସବ କାର୍ଯ୍ୟକ୍ରମରେ ଭୁବନେଶ୍ୱର
ଓଡିଶା ଦୃଷ୍ଟିହୀନ ମହିଳା ସଂଘର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ


ଭୁବନେଶ୍ୱର,୧୦ ନଭେମ୍ବର (ହି.ସ.)- ସ୍ଥାନୀୟ ବୁଦ୍ଧ ମନ୍ଦିର ସଭାଗୃହରେ ଓଡିଶା ଦୃଷ୍ଟିହୀନ ମହିଳା ସଂଘର ୨୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ସଂଘର ଅଧ୍ୟକ୍ଷା ତଥା ପୂର୍ବତନ ମହିଳା କମିଶନ ସଦସ୍ୟା ସ୍ନେହାଞ୍ଜଳି ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ବାର୍ଷିକୋତ୍ସବ କାର୍ଯ୍ୟକ୍ରମରେ ଭୁବନେଶ୍ୱର ମଧ୍ୟର ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ ଦୃଷ୍ଟିବାଧିତ ବ୍ୟକ୍ତି ଈଶ୍ୱରଙ୍କ କୃପାରୁ ଏକ ଦିବ୍ୟ ଦୃଷ୍ଟି ପାଇଥାନ୍ତି ତେଣୁ ତାଙ୍କୁ ଦୁର୍ବଳ ଭାବିବା ଉଚିତ ନୁହେଁ କିନ୍ତୁ ତାଙ୍କୁ ମୁଖ୍ୟସ୍ରୋତରେ ସାମିଲ କଲେ ଏକ ପୂର୍ଣ୍ଣାଙ୍ଗ ବିକଶିତ ସମାଜ ଗଠନ ସମ୍ଭବ ହୋଇପାରିବ ବୋଲି ସେ କହିଥିଲେ । ମୁଖ୍ୟବକ୍ତା ରୂପେ ବିଶିଷ୍ଟ ମାନବାଧିକାର ପ୍ରବକ୍ତା ମନୋଜ ଜେନା ଭିନ୍ନକ୍ଷମ ବ୍ୟକ୍ତିର ଅଧିକାର ପ୍ରତି ସରକାର ସମ୍ବେଦନ ରହିବା ଆବଶ୍ୟକ ବୋଲି ଜୋର ଦେଇଥିଲେ । ପୂର୍ବତନ ଓଡିଶା ଭିନ୍ନକ୍ଷମ ଆୟୋଗ ଅଧକ୍ଷା କସ୍ତୁରୀ ମହାପାତ୍ର ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ସଂଘର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଅଧିକରୁ ଅଧିକ ଦୃଷ୍ଟିହୀନ ମହିଳାଙ୍କୁ ଯୋଡିବା ସହ ସେମାନଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ ।ଅନ୍ୟତମ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ କର୍ପୋରେଟର ରଂଜୁଲତା ରାୟ , ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ ରାଉତ, ସଂଗୀତ ଶିକ୍ଷକ ଯୁଧିଷ୍ଠିର ସାହୁ, ସଂଘର ଉପସଭାପତି ସୁଶ୍ରୀ ସାହୁ ପମୁଖ ବକ୍ତବ୍ୟ ରଖିଥିଲେ । ଆସନ୍ତା ବର୍ଷ ସଂଗଠନ ର ରୋପ୍ୟ ଜୟନ୍ତୀ ପାଳନ ପାଇଁ ବିଭିନ୍ନ ପରାମର୍ଶ ଗ୍ରହଣ କରାଯାଇଥିଲା । ଉପସ୍ଥିତ ସମସ୍ତ ଦୃଷ୍ଟିହୀନ ମହିଳା ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ଶାଢ଼ୀ ବଣ୍ଟନ କରାଯାଇଥିଲା ।ସଂଘର ବାର୍ଷିକ ବିବରଣୀ ସଭ୍ୟ ମୀରାବତୀ ମହାରଣା ପାଠ କରିଥିଲେ ଓ ସମ୍ପାଦିକା ମମତା ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସଭ୍ୟ କବିତା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande