ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ୫୯୭ ଜଣ ଛାତ୍ରଛାତ୍ରୀ ଜେଇଇ ଏବଂ ନିଟ୍ ଭଳି କଠିନ ପରୀକ୍ଷାରେ ସଫଳତାର ସହ ଉତୀର୍ଣ୍ଣ
ନୂଆଦିଲ୍ଲୀ, ୧୩ ନଭେମ୍ବର (ହି.ସ.)- ଶିକ୍ଷାର ଏକ ନୂତନ ଉଦାହରଣ ସ୍ଥାପନ କରି, ଦେଶର ଦୁର୍ଗମ ଆଦିବାସୀ ଅଂଚଳରୁ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ (ଇଏମଆରଏସ)ର ୫୯୭ ଜଣ ଛାତ୍ରଛାତ୍ରୀ ୨୦୨୪-୨୫ ରେ ଦେଶର ସବୁଠାରୁ କଠିନ ପ୍ରତିଯୋଗିତାମୂଳକ ପରୀକ୍ଷା - ଜେଇଇ ମେନ୍‌, ଜେଇଇ ଆଡଭାନ୍ସଡ୍ ଏବଂ ନିଟ୍ ରେ ସଫଳ
ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ୫୯୭ ଜଣ ଛାତ୍ରଛାତ୍ରୀ ଜେଇଇ ଏବଂ ନିଟ୍ ଭଳି କଠିନ ପରୀକ୍ଷାରେ ସଫଳତାର ସହ ଉତୀର୍ଣ୍ଣ


ନୂଆଦିଲ୍ଲୀ, ୧୩ ନଭେମ୍ବର (ହି.ସ.)- ଶିକ୍ଷାର ଏକ ନୂତନ ଉଦାହରଣ ସ୍ଥାପନ କରି, ଦେଶର ଦୁର୍ଗମ ଆଦିବାସୀ ଅଂଚଳରୁ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ (ଇଏମଆରଏସ)ର ୫୯୭ ଜଣ ଛାତ୍ରଛାତ୍ରୀ ୨୦୨୪-୨୫ ରେ ଦେଶର ସବୁଠାରୁ କଠିନ ପ୍ରତିଯୋଗିତାମୂଳକ ପରୀକ୍ଷା - ଜେଇଇ ମେନ୍‌, ଜେଇଇ ଆଡଭାନ୍ସଡ୍ ଏବଂ ନିଟ୍ ରେ ସଫଳତାର ସହ ଉତୀର୍ଣ୍ଣ ହୋଇଛନ୍ତି । ୨୦୨୨-୨୩ ରେ କେବଳ ଦୁଇ ଜଣ ଛାତ୍ର ଏହି ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ବେଳେ, ଏହି ସଂଖ୍ୟା ବର୍ତମାନ ୫୯୭ କୁ ବୃଦ୍ଧି ପାଇଛି । ଏହି ସଫଳତା ଜନଜାତି ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ତାଲିମ୍ ସହିତ ଯୋଡ଼ିବା ପାଇଁ ପ୍ରୟାସର ଏକ ବଡ ଫଳାଫଳ ।

ଇଏମଆରଏସ ର ୨୩୦ଟି ବିଦ୍ୟାଳୟରେ ଯେଉଁଠି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ହୋଇଥାଏ । ତନ୍ମଧ୍ୟରୁ ୧୦୧ଟି ସ୍କୁଲର ଛାତ୍ରଛାତ୍ରୀମାନେ ଚଳିତ ବର୍ଷ ଆଇଆଇଟି ଏବଂ ମେଡିକାଲ ଭଳି ପ୍ରତିଷ୍ଠିତ ପ୍ରତିଷ୍ଠାନରେ ପ୍ରବେଶ ପାଇଛନ୍ତି ।

ହିମାଚଳ ପ୍ରଦେଶ କିନ୍ନୌର ଜିଲ୍ଲା ଅନ୍ତର୍ଗତ ସାଙ୍ଗଲା ଗାଁର ଜତିନ ନେଗି କଠିନ ପରିସ୍ଥିତି ସତ୍ୱେ ଜେଇଇ ଆଡଭାନ୍ସଡରେ ସର୍ବଭାରତୀୟ ରାଙ୍କ ୪୨୧ ହାସଲ କରିଛନ୍ତି ଏବଂ ସେ ବର୍ତମାନ ଆଇଆଇଟି ଯୋଧପୁରରେ ବି ଟେକ୍ ପଢୁଛନ୍ତି । କଠୋର ଶୀତ, ବିଦ୍ୟୁତ୍ ବିଭ୍ରାଟ ଏବଂ ସୀମିତ ସମ୍ବଳ ମଧ୍ୟରେ ପାଠ ପଢୁଥିବା ଜତିନଙ୍କ କାହାଣୀ ଏହା ପ୍ରମାଣ କରେ ଯେ, ଉପଯୁକ୍ତ ମାର୍ଗଦର୍ଶନ ଏବଂ ଦୃଢ଼ ସଂକଳ୍ପ ଦ୍ୱାରା ସଫଳତାର କୌଣସି ସୀମା ନଥାଏ । ଜତିନ କହିଛନ୍ତି ଯେ, ଦୁଇ - ଦୁଇ ମାସ ଧରି ଆମ ଗାଁରେ ବିଦ୍ୟୁତ ନଥିଲା । ରାତିରେ ସୋଲାର ଲ୍ୟାମ୍ପ ଆଲୋକରେ ପାଠ ପଢିବାକୁ ପଡୁଥିଲା । କିନ୍ତୁ, ଇଏମଆରଏସ ଶିକ୍ଷକମାନେ ଆମ ଭିତରେ ନିୟମିତ ପରୀକ୍ଷା ଏବଂ ପ୍ରତିଯୋଗିତାମୂଳକ ପରିବେଶରେ ପାଠପଢ଼ାର ଅଭ୍ୟାସ ସୃଷ୍ଟି କରିଥିଲେ, ଯାହା ଆମର ଆତ୍ମବିଶ୍ୱାସକୁ ବୃଦ୍ଧି କରିଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande