ଉଠାଦୋକାନିକୁ ଉଛେଦ କଲେ ପ୍ରଶାସନ
ଜୟପୁର , 13 ନଭେମ୍ବର (ହି.ସ.)ଜବର ଦଖଲ ଯୋଗୁଁ ଟ୍ରାଫିକ ସମସ୍ୟା ଦେଖାଯାଉଛି । ଏନେଇ ପ୍ରଶାସନ ଆଜି ଉଛେଦ କରିବାକୁ ନିଷ୍ପତ୍ତି ନେଇଛି । ପ୍ରଶାସନ ତରଫରୁ ଜାତୀୟ ରଜପଥ କଡ ଓ ଏମଜି ରୋଡରେ ଜବର ଦଖଲ କରି ବସିଥିବା ଉଠା ଦୋକାନିକୁ ଉଛେଦ କରାଯାଇଛି । ଜୟପୁର ଉପ ଜିଲାପାଳ ଆକା ବରମ ଶଶ୍ୟା ରେଡ୍ଡିଙ୍କ ନି
ଉଠାଦୋକାନିକୁ ଉଛେଦ କଲେ ପ୍ରଶାସନ


ଜୟପୁର , 13 ନଭେମ୍ବର (ହି.ସ.)ଜବର ଦଖଲ ଯୋଗୁଁ ଟ୍ରାଫିକ ସମସ୍ୟା ଦେଖାଯାଉଛି । ଏନେଇ ପ୍ରଶାସନ ଆଜି ଉଛେଦ କରିବାକୁ ନିଷ୍ପତ୍ତି ନେଇଛି । ପ୍ରଶାସନ ତରଫରୁ ଜାତୀୟ ରଜପଥ କଡ ଓ ଏମଜି ରୋଡରେ ଜବର ଦଖଲ କରି ବସିଥିବା ଉଠା ଦୋକାନିକୁ ଉଛେଦ କରାଯାଇଛି । ଜୟପୁର ଉପ ଜିଲାପାଳ ଆକା ବରମ ଶଶ୍ୟା ରେଡ୍ଡିଙ୍କ ନିଦ୍ଦେଷ କ୍ରମେ ଆଜି ଉଛେଦ କରାଯାଇଛି । ରାଜସ୍ୱ ବିଭାଗ, ପୌର ପାଳିକା ଓ ପୋଲିସର ମିଳିତ ଚଢାଉ କରାଯାଇ ଉଛେଦ କରାଯାଇଛି । ଜାତିୟ ରାଜପଥ କଡରେ ଜବର ଦଖଲ କରି ବ୍ୟବସାୟ କରୁଥିବା ଉଠା ଦୋକାନି କୁ ପ୍ରଶାସନ ଉଛେଦ କରିଛି । ପେପର ମିଲ ଛକ ଠାରୁ ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟ ଯାଏ ଉଭୟ ପାଶ୍ୱରେ ବସିଥିବା ଉଠା ଦୋକାନିକୁ ଉଛେଦ କରାଯାଇଛି । ଉଠା ଦୋକାନି ମାନେ ଉଭୟ ପାଶ୍ୱରେ ପସରା ବସାଇ ବିକ୍ରି କରୁଥିବା ବେଳେ ରାସ୍ତା ଯାମ ହେବା ସହ ଟ୍ରାଫିକ ସମସ୍ୟା ଦେଖାଯାଇଛି । ଏନେଇ ଆଜି ଜୟପୁର ତହସିଲଦାର ସବ୍ୟ ସାଚି ଜେନା, ପୌର ପାଳିକା, ପୋଲିସ ଙ୍କ ଉପସ୍ଥିତିରେ ମିଳିତ ଭାବେ ୧୬ଟି ଉଠା ଦୋକାନିକୁ ଉଛେଦ କରାଯାଇଛି । ଆଗାମି ଦିନ ରେ ଜବକ ଦଖଲ କରି ଉଠା ଦୋକାନି ପକାଇଲେ ଜୋରିମାନା ଆଦାୟ କରାଯିବ ବୋଲି ପ୍ରଶାସନ ତରଫରୁ ତାଗିଦ କରାଯାଇଛି । ସେହିପରି ଜୟପୁର ପୌର ପାଳିକା ତରଫରୁ ସହରର ଏମଜି ରୋଡରେ ବେ ଆଇନ ଭାବେ ଥିବା ଉଠା ଦୋକାନି କୁ ଉଛେଦ କରାଯାଇଛି । ବେଆଇନ ଉଠା ଦୋକାନ ଯୋଗୁଁ ରାସ୍ତା ରେ ଟ୍ରାଫିକ ସମସ୍ୟା ଦେଖାଯାଇଛି । ଏନେଇ ପୌର ପାଳିକା ତରଫରୁ ବେଆଇନ ଭାବେ ବସିଥିବା ଉଠା ଦୋକାନି କୁ ଉଛେଦ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande