
ନୂଆଦିଲ୍ଲୀ, ୧୩ ନଭେମ୍ବର (ହି.ସ.)- ଅକ୍ଟୋବର ମାସରେ ଏକ ସ୍ୱତନ୍ତ୍ର ଅଭିଯାନ କ୍ରମେ ସଡ଼କ ପରିବହନ ମନ୍ତ୍ରଣାଳୟ ୧୮,୬୧୬ ପୁରୁଣା ଫାଇଲ୍ ସମାଧାନ କରିଥିଲା ଏବଂ ୧୫ ହଜାରରୁ ଅଧିକ କାର୍ଯ୍ୟାଳୟ, ରାଜପଥ, ଟୋଲ୍ ପ୍ଲାଜା, ବସ୍ ଷ୍ଟପ୍, ଭୋଜନାଳୟ ଏବଂ ଫ୍ଲାଏଓଭରରେ ସଫାସୁତୁରା ଅଭିଯାନ ଚଳାଇଥିଲା । ଏହା ବ୍ୟତୀତ, ୧,୧୪୭ ଅଭିଯୋଗ ଏବଂ ୫୨୨ ଅପିଲ୍ ମଧ୍ୟରୁ ୯୯ ପ୍ରତିଶତ ସମାଧାନ କରିଛି । ମନ୍ତ୍ରାଳୟର ସୂଚନା ଅନୁସାରେ, ଏହି ଅଭିଯାନ କ୍ରମେ ୧୮,୬୧୬ ପୁରୁଣା ଫାଇଲ୍ ସମୀକ୍ଷା କରି ରେକର୍ଡ ପରିଚାଳନାରେ୧୦୦ ପ୍ରତିଶତ ଲକ୍ଷ୍ୟ ହାସଲ କରାଯାଇଛି । ମନ୍ତ୍ରଣାଳୟ ଏବଂ ଏହାର ଏଜେନ୍ସିଗୁଡ଼ିକ ୧୫ ହଜାରରୁ ଅଧିକ ସ୍ଥାନରେ ସ୍ୱଚ୍ଛତା ଅଭିଯାନ ଚଳାଇଥିଲା । ସେଗୁଡିକ ମଧ୍ୟରେ ରହିଛି କାର୍ଯ୍ୟାଳୟ, ନିର୍ମାଣ ସ୍ଥଳ, ଜାତୀୟ ରାଜପଥ, ଟୋଲ୍ ପ୍ଲାଜା, ବସ୍ ଷ୍ଟାଣ୍ଡ, ଭୋଜନାଳୟ ଏବଂ ଫ୍ଲାଏଓଭର । ସାଧାରଣ ଅଭିଯୋଗ (୧,୧୪୭) ଏବଂ ଅପିଲ୍ (୫୨୨)ର ସମାଧାନରେ ୯୯ ପ୍ରତିଶତ ଲକ୍ଷ୍ୟ ପ୍ରାପ୍ତ ହୋଇଛି, ଯେତେବେଳେକି ୭୩୦ଟି ବିଚାରାଧୀନ ସାଂସଦ ସୁପାରିଶ ମଧ୍ୟରୁ ୬୭୧ଟି, ଯାହା ୯୨ ପ୍ରତିଶତ ଏବଂ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରାପ୍ତ ୧୩ଟି ସୁପାରିଶ ମଧ୍ୟରୁ ୧୦ଟି ସମାଧାନ କରାଯାଇଥିଲା । ଅଭିଯାନ ସମୟରେ, ୨୨୦ ବର୍ଗଫୁଟରୁ ଅଧିକ କାର୍ଯ୍ୟାଳୟ ସ୍ଥାନ ସଫା କରାଯାଇଥିଲା ଏବଂ ୬୪୦ କିଲୋଗ୍ରାମରୁ ଅଧିକ ଅଳିଆ ନଷ୍ଟ କରାଯାଇଥିଲା । ସ୍ଥାନ ପରିଚାଳନା ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ