
ନୂଆପଡ଼ା,୧୩ ନଭେମ୍ବର (ହି.ସ.)- ନୂଆପଡ଼ା ଉପ ନିର୍ବାଚନର ଭୋଟ ଗଣତି ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ବେଳେ ପୋଲିସ ଅଧିକାରୀ ଏବଂ ସୁରକ୍ଷା କର୍ମୀଙ୍କ ସୁରକ୍ଷା ଦାୟୀତ୍ଵ ନେଇ ଆଜି ସନ୍ଧ୍ଯାରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏସପି ଅମ୍ରିତ ପାଲ ସିଂ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ନିର୍ବାଚନ ଗଣତି ନେଇ ବ୍ୟାପକ ପ୍ରସ୍ତୁତି ହୋଇଛି। ମୋଟ ୧୪ ଗୋଟି ଟେବୁଲ ବ୍ୟବସ୍ଥା କରାଯାଇଥିବା ବେଳେ ୨୬ ରାଉଣ୍ଡ ଗଣତି ହେବା ନେଇ ପ୍ରଶାସନ ପ୍ରସ୍ତୁତ ରହିଥିବା ଜଣାପଡିଛି। ଭୋଟ ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା କର୍ମୀ ଏବଂ ଅଧିକାରୀଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଅଛି। ୭୧ତମ ନୂଆପଡ଼ା ବିଧାନସଭା ଉପ ନିର୍ବାଚନରେ ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଗଣତିରେ ନିୟୋଜିତ ହୋଇଥିବା କର୍ମଚାରୀ ମାନେ ସକାଳ ୬ଟାରୁ ଗଣତି କେନ୍ଦ୍ରରେ ପ୍ରବେଶ କରିବେ। ସକାଳ ୮ଟାରେ ପୋଷ୍ଟାଲ ବାଲାଟ ଗଣତି ପରେ ୮ଟା ୩୦ ମିନିଟରେ ଇଭିଏମ୍ ଭୋଟ ଗଣତି ଆରମ୍ଭ ହେବା ନିଷ୍ପତ୍ତି ହୋଇଅଛି। ଭୋଟ ଗଣତି ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବା ଉପରେ ଜିଲ୍ଲାପାଳ ଓ ଏସପି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଗଣତି କେନ୍ଦ୍ର ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିଥିବା ବେଳେ ଭୋଟ ଗଣତି କେନ୍ଦ୍ର ବାହାରେ ୧୪୪ ଧାରା ଗଣତି ପର୍ଯ୍ୟନ୍ତ ବଳବତ୍ତର ରହିବ । ତେଣୁ ଗଣତି କେନ୍ଦ୍ର ବାହାରେ ୫ ରୁ ଅଧିକ ବ୍ୟକ୍ତି ରୁଣ୍ଡ ନ ହେବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ନିବେଦନ କରିଛନ୍ତି। ଭୋଟ ଗଣତି ପରେ ପରିସ୍ଥିତି ସ୍ଵାଭାବିକ ହେବ ବୋଲି ପ୍ରକାଶ କରିଛନ୍ତି। ଭୋଟ ଗଣତି କେନ୍ଦ୍ରରେ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ ଥିବା ସେ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ