ଜ଼ିଲ୍ଲାସ୍ତରୀୟ ସର୍ଗୀଫୁଲରେ ଟିକିଲିପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟର ସଫଳତା

ସମ୍ବଲପୁର, ୧୩ ନଭେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଟିକିଲିପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଚଳିତ ବର୍ଷ ସମ୍ବଲପୁର ଜିଲ୍ଲା ମଙ୍ଗଳ ବିଭାଗ ତରଫରୁ ଆୟୋଜିତ ଜିଲ୍ଲା ସ୍ତରୀୟ ସର୍ଗୀଫୁଲ କାର୍ଯ୍ୟକ୍ରମରେ ବିପୁଳ ସଫଳତା ହାସଲ କରିଛନ୍ତି। ଛାତ୍ର ଛାତ୍ରୀଙ୍କ ସଫଳତା ଯୋଗୁଁ ବିଦ୍ୟାଳୟରେ ଖୁସିର ଲହରୀ ଖେଳିଯାଇଛି। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିବା ବେଳେ ଟିକିଲିପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ତର୍କ, ଏକକ ଅଭିନୟ , ଅଭିବ୍ୟକ୍ତି, ବିଜ୍ଞାନ ପ୍ରଦର୍ଶନୀ, ଭଲିବଲ୍, ଏକକ ନୃତ୍ୟ , ସ୍ଲୋଗାନ ଲିଖନ, କୁଇଜ୍ ପ୍ରତିଯୋଗିତାରେ ନିଜର ପ୍ରତିଭା ଦେଖାଇ ପୁରସ୍କୃତ ହୋଇଛନ୍ତି। ତର୍କ,କୁଇଜ୍, ଏକକ ଅଭିନୟ ଓ ଅଭିବ୍ୟକ୍ତି ରେ ପୁରସ୍କୃତ ହୋଇଥିବା ଛାତ୍ରୀମାନେ ଆଗାମୀଦିନରେ ରାଜ୍ୟ ସ୍ତରରେ ହେବାକୁ ଥିବା ସର୍ଗି ଫୁଲ କାର୍ଯ୍ୟକ୍ରମରେ ଭାଗନେବେ ଏବଂ, ବିଜ୍ଞାନ ପ୍ରକଳ୍ପ ଓ ଭଲିବଲ୍ ରେ ପୁରସ୍କୃତ ଛାତ୍ରୀମାନେ ଜୋନାଲ ସ୍ତରରେ ହେବାକୁ ଥିବା ପ୍ରତିଯୋଗିତା ରେ ଭାଗନେବା ପାଇଁ ଚୟନ କରାଯାଇଛି। ଛାତ୍ର ଛାତ୍ରୀଙ୍କ ସଫଳତା ପାଇଁ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ବାସନ୍ତୀ ବେହେରା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ର ଛାତ୍ରୀଙ୍କ ଦୃଢ ମନୋବଳ ପାଇଁ ଛାତ୍ର ଛାତ୍ରୀ ମାନେ କୃତିତ୍ୱ ହାସଲ କରିଛନ୍ତି ଏବଂ ବିଦ୍ୟାଳୟପକ୍ଷରୁ ଆଗକୁ ମଧ୍ୟ ଏଭଳି ପ୍ରତିଭା ଜାରିରହିବ ବୋଲି କହିଥିଲେ।

-----

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande