
କେନ୍ଦ୍ରାପଡା 13 ନଭେମ୍ବର (ହି.ସ.)କେ13 ନଭେମ୍ବର (ହି.ସ.)ନ୍ଦ୍ରାପଡା ଅର୍ବାନ କୋ ଅପରେଟିଭ ବ୍ୟାଙ୍କର ପ୍ରାକ୍ତନ ସଂପାଦକ ଯୁଧିଷ୍ଠିର ଜେନାଙ୍କର ହୃଦଘାତ ରେ ପରଲୋକ ହୋଇଯାଇଛି । ଏହି ଖବର ଜଣାପଡିବା ପରେ ବ୍ୟାଙ୍କ କର୍ମଚାରୀଙ୍କ ମହଲରେ ଶୋକର ଛାୟା ଖେଳିଯିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ନିରବ ପ୍ରାର୍ଥନା ଓ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରା ଯାଇଥିଲା । ସ୍ୱର୍ଗତ ଜେନା ବହୁ ବର୍ଷ ଧରି ସଂପାଦକ ଦାୟିତ୍ୱ ସୂଚାରୁ ରୂପେ ନିର୍ବାହ କରି ବ୍ୟାଙ୍କର ବହୁ ଉନ୍ନତି ବିଧାନ କରିଥିଲେ । ବ୍ୟାଙ୍କର ସଭାପତି ଗୁରୁ ଚରଣ ମହାନ୍ତି ଦିଲ୍ଲୀରେ ଏକ ଜରୁରୀ କାର୍ଯ୍ୟରେ ଥିବାବେଳେ ଏହି ଖବର ପାଇ ତାଙ୍କ ପରିବାରକୁ ସମବେଦନା ଜଣାଇବା ସହ ଶୋକ ପ୍ରକାଶ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜଲକ୍ଷ୍ମୀ ପଣ୍ଡାଙ୍କ ସମେତ ରାଜୀବ ଲୋଚନ ପଣ୍ଡା, ସୁରେଶ ଚନ୍ଦ୍ର ପରିଡା, ହିମାଂଶୁ ଶେଖର ଲେଙ୍କା, ଲଲାଟେଣ୍ଡୁ କେଶରୀ ଦାସ, ଭଞ୍ଜ କିଶୋର ଜେନା, ଶ୍ରୀକାନ୍ତ କୁମାର କର, ଆଦିତ୍ୟ କୁମାର ଶତପଥୀ, ସଙ୍ଗୀତା ନାୟକ, ଅରବିନ୍ଦ ସ୍ୱାଇଁ, ସନ୍ତୋଷ କୁମାର ରାଉତ ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି