ମୁକୁଲ ରାୟଙ୍କ ବିଧାୟକ ପଦ ରଦ୍ଦ କଲେ ହାଇକୋର୍ଟ, ଶୁଭେନ୍ଦୁ କହିଲେ-ଐତିହାସିକ ନିଷ୍ପତି
କୋଲକାତା, 13 ନଭେମ୍ବର (ହି.ସ.)- କୋଲକାତା ହାଇକୋର୍ଟ ଓଡ଼ିଶାର କୃଷ୍ଣନଗର ଉତ୍ତର ଆସନରୁ ନିର୍ବାଚିତ ବିଧାୟକ ମୁକୁଲ ରାୟଙ୍କ ବିଧାୟକ ପଦବୀକୁ ରଦ୍ଦ କରିଦେଇଛନ୍ତି। ବିଚାରପତି ଦେବାଂଶୁ ବସାକ ଏବଂ ବିଚାରପତି ଶବ୍ବର ରଶିଦିଙ୍କ ଦୁଇଜଣିଆ ବେଞ୍ଚ ଗୁରୁବାର ଏହି ଗୁରୁତ
ମୁକୁଲ ରାୟଙ୍କ ବିଧାୟକ ପଦ ରଦ୍ଦ କଲେ ହାଇକୋର୍ଟ,     ଶୁଭେନ୍ଦୁ କହିଲେ-ଐତିହାସିକ ନିଷ୍ପତି


କୋଲକାତା, 13 ନଭେମ୍ବର (ହି.ସ.)- କୋଲକାତା ହାଇକୋର୍ଟ ଓଡ଼ିଶାର କୃଷ୍ଣନଗର

ଉତ୍ତର ଆସନରୁ ନିର୍ବାଚିତ ବିଧାୟକ ମୁକୁଲ ରାୟଙ୍କ ବିଧାୟକ ପଦବୀକୁ ରଦ୍ଦ କରିଦେଇଛନ୍ତି। ବିଚାରପତି

ଦେବାଂଶୁ ବସାକ ଏବଂ ବିଚାରପତି ଶବ୍ବର ରଶିଦିଙ୍କ ଦୁଇଜଣିଆ ବେଞ୍ଚ ଗୁରୁବାର ଏହି

ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।

ମୁକୁଲ ରାୟ 2021 ମସିହାରେ ଭାରତୀୟ ଜନତା ପାର୍ଟି

(ଭାଜପା) ର ଟିକେଟ୍‌ରେ ବିଧାନସଭା ନିର୍ବାଚନ ଜିତିଥିଲେ, କିନ୍ତୁ 2022 ରେ ସେ ପୁନଃ ତୃଣମୂଳ କଂଗ୍ରେସରେ

ଯୋଗଦେଇଥିଲେ। ଏହି ପଦକ୍ଷେପ ପରେ ତାଙ୍କ ବିଧାୟକ ପଦବୀକୁ ନେଇ ବିବାଦ ହୋଇଥିଲା।

ଭାରତୀୟ ସଂବିଧାନର ଅନୁଚ୍ଛେଦ 10 ଅନୁଯାୟୀ, ଯଦି କୌଣସି

ନିର୍ବାଚିତ ପ୍ରତିନିଧି ଦଳ ପରିବର୍ତ୍ତନ କରେ, ତେବେ ତାଙ୍କ ସଦସ୍ୟତା ସ୍ୱତଃ ସମାପ୍ତ ହୋଇଯାଏ। ଏହି

ବିଧାନ ଅନୁସାରେ ବିରୋଧୀ ଦଳନେତା ଶୁଭେନ୍ଦୁ ଅଧିକାରୀ ବିଧାନସଭା ଅଧ୍ୟକ୍ଷଙ୍କ ସମ୍ମୁଖରେ ମୁକୁଲ

ରାୟଙ୍କ ସଦସ୍ୟତା ବାତିଲ୍ କରିବାକୁ ଦାବି କରିଥିଲେ।

ହେଲେ, ବିଧାନସଭା ବାଚସ୍ପତି ଶୁଭେନ୍ଦୁ ଅଧିକାରୀଙ୍କ ଆବେଦନକୁ

ଖାରଜ କରି, ମୁକୁଲ ରାୟଙ୍କ

ବିଧାୟକ ପଦବୀକୁ ଜାରି ରଖିଥିଲେ। ଏହି ସିଦ୍ଧାନ୍ତକୁ ଚାଲେଞ୍ଜ୍ କରି ଶୁଭେନ୍ଦୁ ଅଧିକାରୀ କୋର୍ଟକୁ

ଯାଇଥିଲେ। ଏବେ ହାଇକୋର୍ଟ ବାଚସ୍ପତିଙ୍କ ନିଷ୍ପତ୍ତିକୁ ବାତିଲ୍ କରି, ମୁକୁଲ ରାୟଙ୍କ

ବିଧାୟକତାକୁ ଅମାନ୍ୟ ଘୋଷଣା କରିଛନ୍ତି।

ନିଷ୍ପତି ପରେ ଶୁଭେନ୍ଦୁ ଅଧିକାରୀ ଏକ୍ସରେ

ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏହା କେବଳ ରାଜ୍ୟ ନୁହେଁ ବରଂ ସମ୍ଭବତଃ ଦେଶର ଇତିହାସରେ

ପ୍ରଥମ ଥର ହୋଇଛି, ଯେତେବେଳେ ଏଭଳି ନିଷ୍ପତି ସାମ୍ନାକୁ ଆସିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande