
ସର୍କିଟ ହାଉସରେ ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
ପୁରୀ,, 13 ନଭେମ୍ବର (ହି.ସ.)- ସର୍କିଟ ହାଉସ ଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରାଜସ୍ବ ବିଭାଗର ସମସ୍ତ ସରକାରୀ ଯୋଜନା ଉପରେ ସମୀକ୍ଷା କରିଥିଲେ । ଜିଲ୍ଲାର ମୋଟ ୧୧ଗୋଟି ତହସିଲ ଏବଂ ୧୨୨ ଗୋଟି ଆରଆଇ ଅଫିସ ର ରାଜସ୍ୱ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ସମସ୍ତ ତହସିଲ ଓ ଆରଆଇ ଅଫିସ ବାଇ ଓ ମେଟ୍ରିକ୍ ଉପସ୍ଥାନ ଓ ଓସାସ୍ ଫାଇଲ୍ ଉପରେ ସମୀକ୍ଷା କରିଥିଲେ । ବିଭିନ୍ନ ସରକାରୀ ଯୋଜନାରେ ବସୁନ୍ଧରା ଯୋଜନା ଅର୍ନ୍ତଦୋୟ ଯୋଜନା ଉପରେ ତର୍ଜମା କରିବା ସହିତ ଜମିଜମା ରେକର୍ଡ ଉପରେ କେଉଁ ବ୍ୟକ୍ତି ଲିଜ୍ ନେଇଛନ୍ତି ବା କେତେ ଜବର ଦଖଲ କେଶ୍ ପଡ଼ି ରହିଛି ତାହା ତର୍ଜମା କରିଥିଲେ । ସମସ୍ତ ସରକାରୀ ଜମି ଯେପରି ଜବର ଦଖଲ ମୁକ୍ତ କରାଯିବ, ତାହା ଉପରେ କଡ଼ା ପଦକ୍ଷେପ ନେବାକୁ ସମସ୍ତ ତହସିଲଦାରଙ୍କୁ ନିର୍ଦେଶ ଦେଇଥିଲେ । ବୈଠକରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଉପସ୍ଥିତିରେ ପୁରୀ ଜିଲ୍ଲାର ବିଭିନ୍ନ ପ୍ରକାର ଜମିଜମା ଉପରେ ଗୁରୁତ୍ଵ ଦେଇଥିଲେ । ଏହି ବୈଠକର ୩ ମାସ ପରେ ପୁଣି ସମୀକ୍ଷା କରିବେ ବୋଲି ମନ୍ତ୍ରୀ କହିଥିଲେ । ଯେଉଁ ତହସିଲ୍ର ଲ୍ୟାଣ୍ଡ ରେକର୍ଡ,ଜାତି ପ୍ରମାଣପତ୍ର, ଜବର ଦଖଲ ମକଦ୍ଦମା ଫଇସଲା କରିବା ସହିତ ଆଗାମୀ ୩ ମାସ ଭିତରେ ସମସ୍ତ ସରକାରୀ ଯୋଜନା ଗୁଡିକୁ ସଫଳ କରିବା ପାଇଁ ନିର୍ଦେଶ ଦେଇଥିଲେ । ବୈଠକରେ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର,ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଏହି ବୈଠକରେ ଯୋଗ ଦେଇଥିଲେ । ଏଥିରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ଶରତଚନ୍ଦ୍ର ମହାପାତ୍ର,ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ), ଶରତଚନ୍ଦ୍ର ବେହେରା,ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟକଲ୍) ନୀଳମାଧବ ଭୋଇ, ଉପଜିଲ୍ଲାପାଳ ରାଜକିଶୋର ଜେନା, ଡେପୁଟି କଲେକ୍ଟର ସହଦେବ ସାହୁ ସମସ୍ତ ତହସିଲର ତହସିଲଦାରମାନେ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ