ପରିତ୍ୟକ୍ତ କୂଅରେ ପଡ଼ିଥିବା ହାତୀଛୁଆ ଉଦ୍ଧାର
ବଲାଙ୍ଗିର, ୧୫ ନଭେମ୍ବର (ହି.ସ.)- ପରିତ୍ୟକ୍ତ କୂଅରେ ପଡ଼ିଥିବା ହାତୀ ଛୁଆ ଠାବ ହୋଇଛି । ମୁରିବହାଲ ରେଞ୍ଜର ଘୁଡ଼ିଘାଟ ପଞ୍ଚାୟତ ଅନ୍ତର୍ଗତ ଲତାସହଡ଼ା ଗ୍ରାମରେ ଏକ ହାତୀ ଛୁଆ ପରିତ୍ୟକ୍ତ କୂଅରେ ପଡ଼ିଥିବା ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ, ପୋଲିସ ଓ ଦମକଳ ବାହିନୀ ଘଟଣାସ୍
ପରିତ୍ୟକ୍ତ କୂଅରେ ପଡ଼ିଥିବା ହାତୀଛୁଆ ଉଦ୍ଧାର


ବଲାଙ୍ଗିର, ୧୫ ନଭେମ୍ବର (ହି.ସ.)- ପରିତ୍ୟକ୍ତ କୂଅରେ ପଡ଼ିଥିବା ହାତୀ ଛୁଆ ଠାବ ହୋଇଛି । ମୁରିବହାଲ ରେଞ୍ଜର ଘୁଡ଼ିଘାଟ ପଞ୍ଚାୟତ ଅନ୍ତର୍ଗତ ଲତାସହଡ଼ା ଗ୍ରାମରେ ଏକ ହାତୀ ଛୁଆ ପରିତ୍ୟକ୍ତ କୂଅରେ ପଡ଼ିଥିବା ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ, ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଜେସିବି ସାହାଯ୍ୟରେ ମାଟି ଖୋଳି ହାତୀ ଛୁଆଟିକୁ ପରିତ୍ୟକ୍ତ କୂଅ ମଧ୍ୟରୁ ଉଦ୍ଧାର କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଅଞ୍ଚଳରେ ଏକ ବଣୁଆ ହାତୀପଲ ବୁଲୁଥିବାରୁ ଲୋକମାନେ ହାତୀ ଦେଖିବାକୁ ଅଯଥା ଭିଡ଼ ନକରି ନିଜଧନ ଜୀବନ ସୁରକ୍ଷିତ ରଖିବାକୁ ବନ ବିଭାଗ ସତର୍କ କରିଛନ୍ତି। ଏହି ହାତୀ ପଲରେ ଛୋଟବଡ ହୋଇ ୭୦ଟି ହାତୀ ରହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande