
ଗଞାମ, ୧୫ ନଭେମ୍ବର (ହି.ସ.)- ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ବ୍ରହ୍ମପୁର ନୀଳାଦ୍ରି ବିହାର ଦ୍ଵିତୀୟ ସାରଣୀସ୍ଥିତ ଏ ଆଇ ଏମ ଏ ଇଣ୍ଟେର୍ନେଶନାଲ ବିଶ୍ୱ ବିଦ୍ୟାଳୟରେ ଶିଶୁ ଦିବସ ଅବସରରେ ଏକ ସଙ୍ଗୀତ ପ୍ରତିଯୋଗିତା ଆୟୋଜନ କରାଯାଇ ବିଜେତାଙ୍କ ସମେତ ସମସ୍ତ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା | ବିଦ୍ୟାଳୟର ପ୍ରତିଷ୍ଠାତା ଅଲତାଫଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରର ସଭାପତି ଡାକ୍ତର ସଙ୍କର୍ଷଣ ପାତ୍ର ଅଧ୍ୟକ୍ଷତା କରଥିଲେ | ଏଥିରେ ସମ୍ପାଦକ ମହମଦ ଆସଲାମ, ବରିଷ୍ଠ ସଦସ୍ୟ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଯୁବ ଆଇନଜିବି ଲାଲବାହାଦୁର ପଟନାୟକ ପ୍ରମୁଖ ପୁରସ୍କାର ବିତରଣ କରିବା ସହ ନିଜ ନିଜର ବକ୍ତବ୍ୟ ରଖିଥିଲେ | ବିଶିଷ୍ଟ ସଂଗୀତଜ୍ଞ ସୁନିର ବିଶ୍ୱାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ|
ଅନ୍ୟ ମାନଙ୍କ ମଧ୍ୟରେ ମଣିକଣ୍ଠା ପଟନାୟକ, ଅଞ୍ଜନା ପାଣିଗ୍ରାହୀ, ପୁଷ୍ପାଞ୍ଜଳି ସାହୁ, ଦିବ୍ୟା ପଟନାୟକ, ମହମଦ ଅଫସାର, ରୁକସାନା, ନଜିଆ ବେଗମ, ଫରହତ ଵାନୁ, ନଜିଆ ଇଆନ, ଅଫସନା ମେମ, ଜାକିନ ଉନି ବେଗମ, ଫକୀନା ଫର୍ଦ୍ଧେଶ ପ୍ରମୁଖ ଯୋଗଦେଇଥିଲେ | କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମକର୍ତ୍ତା ଏବଂ ଛାତ୍ର ଛାତ୍ରୀ ମାନେ ସହଯୋଗ କରିଥିଲେ |
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ