ଚମ୍ପୁଆ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ
ଚମ୍ପୁଆ, ୧୬ ନଭେମ୍ବର (ହି.ସ.)- ଚମ୍ପୁଆ ସାମ୍ବାଦିକ ସଂଘ ପକ୍ଷରୁ ଚମ୍ପୁଆ ବ୍ଳକ ଅନ୍ତର୍ଗତ କୁଟାରୀପଶି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ଓକିଲ ସଂଘ ସଭାପତି ତଥା ବରିଷ୍ଠ ଆଇନଜୀବି ରମେଶ ଚନ୍ଦ୍ର ପ୍ରଧାନ, ସମ୍ମ
ଚମ୍ପୁଆ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ


ଚମ୍ପୁଆ, ୧୬ ନଭେମ୍ବର (ହି.ସ.)- ଚମ୍ପୁଆ ସାମ୍ବାଦିକ ସଂଘ ପକ୍ଷରୁ ଚମ୍ପୁଆ ବ୍ଳକ ଅନ୍ତର୍ଗତ କୁଟାରୀପଶି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ଓକିଲ ସଂଘ ସଭାପତି ତଥା ବରିଷ୍ଠ ଆଇନଜୀବି ରମେଶ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ ସମାଜସେବୀ ଗୁରୁବକ୍ସ ସିଂ ଆଲୁୱାଲିଆ, କୁଟାରୀପଶି ସରପଞ୍ଚ ଜୟରାମ ଚାତାର ଏବଂ ସମିତି ସଭ୍ୟ ପାରଦାନ ବାନରା ଯୋଗ ଦେଇଥିଲେ । ଅତିଥି ମାନେ ସାମ୍ବାଦିକ ମାନେ ତାଙ୍କର ଶାଣିତ କଲମ ମୁନରେ ଅପହଞ୍ଚ ଅଞ୍ଚଳର ଲୋକଙ୍କ ସମସ୍ୟା ଲୋକଲୋଚନକୁ ଆଣିବାକୁ ପରାମର୍ଶ ଦେଇଥିଲେ ।

କାର୍ଯ୍ୟକ୍ରମ ଶେଷରେ ପଞ୍ଚାୟତର ବିଭିନ୍ନ ୱାର୍ଡ ରେ ଥିବା ୫୦ ଜଣ ଆଦିବାସୀ ବୃଦ୍ଧ ବୃଦ୍ଧା ମାନଙ୍କୁ ଶୀତ ବସ୍ତ୍ର ଓ ଶିଶୁ ମାନଙ୍କୁ ସ୍ଲେଟ ଖଡି, ଛବିଳ ବର୍ଣ୍ଣବୋଧ ପୁସ୍ତକ ଅତିଥି ଓ ସାମ୍ବାଦିକ ମାନଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ପ୍ରଦୀପ କୁମାର ପ୍ରଧାନ ପରିଚାଳନା କରିଥିବା ବେଳେ ସଂଘର ସମସ୍ତ ସାମ୍ବାଦିକ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande