ପୁସ୍ତକ ଲୋକାର୍ପଣ ସମାରୋହ ଅନୁଷ୍ଠିତ
*ପୁସ୍ତକ ଲୋକାର୍ପଣ ସମାରୋହ ଅନୁଷ୍ଠିତ ନୂଆପଡ଼ା,୧୬ ନଭେମ୍ବର (ହି.ସ)- ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଗୋଇମୁଣ୍ଡି ଗ୍ରାମ ସ୍ଥିତ ଭାଗବତ ଧର୍ମ ସାଂସ୍କୃତିକ ଅନୁଷ୍ଠାନ ପରିସରରେ କବୀ କ୍ଷୀର ପ୍ରସାଦ ରାଉତରାୟଙ୍କ ଲିଖିତ ଭଜନ ତତ୍ୱବୋଧ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ
Pustak lokarpan utsav


*ପୁସ୍ତକ ଲୋକାର୍ପଣ ସମାରୋହ ଅନୁଷ୍ଠିତ

ନୂଆପଡ଼ା,୧୬ ନଭେମ୍ବର (ହି.ସ)- ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଗୋଇମୁଣ୍ଡି ଗ୍ରାମ ସ୍ଥିତ ଭାଗବତ ଧର୍ମ ସାଂସ୍କୃତିକ ଅନୁଷ୍ଠାନ ପରିସରରେ କବୀ କ୍ଷୀର ପ୍ରସାଦ ରାଉତରାୟଙ୍କ ଲିଖିତ ଭଜନ ତତ୍ୱବୋଧ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଆୟକର କମିଶନର ଶ୍ରୀକାନ୍ତ ଚଟର୍ଜୀ, ବିଶିଷ୍ଠ ଅତିଥି ଭାବେ ଖଡିଆଳ ସ୍ଵଂୟଶାସିତ ମହାବିଦ୍ୟାଲୟର ଅବସରପ୍ରାପ୍ତ ଅଧକ୍ଷ ଡ. ଫଣିନ୍ଦମ ସିଂ ଦେଓ ଯୋଗଦାନ କରି ଶ୍ରୀ ରାଉତରାୟଙ୍କ ଲେଖା ଉଚ୍ଚ କୋଟିର ବୋଲି ପ୍ରଂଶସା କରିଥିଲେ। କାର୍ଯ୍ୟକ୍ରମରେ ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ଡ. ସୁଶାନ୍ତ କୁମାର ବିଶି ସଭାପତିତ୍ଵ କରିଥିବା ବେଳେ ସମୀକ୍ଷକ ଭାବେ ଅଧ୍ୟାପକ ଲୋହିତାକ୍ଷ ଯୋଶୀ, ବିଶିଷ୍ଠ ଅନୁବାଦକ ଓ ପ୍ରାବନ୍ଧିକ ତଥା ପଲ୍ଲୀ ପ୍ରଗତି ମହାବଦ୍ୟାଳୟର ଦୋହେଲପଡାର ଅଧ୍ୟକ୍ଷ ରୁଦ୍ର ମାଧବ ବାରିକ ଯୋଗଦାନ କରି ସମୀକ୍ଷା କରିଥିଲେ। ପ୍ରଥମ ଅଧିବେଶନରେ ଅତିଥି ପରିଚୟ ଶିକ୍ଷାବିତ ତୁମେଶ୍ୱର ଚଲାନ ପ୍ରଦାନ କରିଥିବା ବେଳେ କ୍ରୀଡା ଶିକ୍ଷକ ରାଜକପୂର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଦ୍ଵିତୀୟ ଅଧିବେଶନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲବ୍ଧ ପ୍ରତିଷ୍ଠ କବି ନୀଳଲୋହିତ ସିଂ ଦେଓ, ସମ୍ମାନିତ ଅତିଥି ଭାବେ ସୁ ସାହିତ୍ୟିକ ବୈଷ୍ଣବ ମେହେର ଯୋଗଦାନ କରିଥିଲେ। ଦ୍ଵିତୀୟ ଅଧିବେଶନରେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ବିଭୁଦତ ଚଲାନ ଅଧ୍ୟକ୍ଷତା କରିଥିବା ବେଳେ ସଂଯୋଜନା ଦାୟିତ୍ୱରେ କବୟିତ୍ରୀ ମାନିନୀ ମେହେର ଯୋଗଦାନ କରି ଦାୟିତ୍ୱ ସମ୍ପାଦନ କରିଥିଲେ। ଦ୍ଵିତୀୟ ଅଧିବେଶନରେ ଶିକ୍ଷାବିତ ଦେବାନନ୍ଦ ଚଲାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗୋଇମୁଣ୍ଡି ଗୌନ୍ତିଆ ଶୁଶିଲ କୁମାର ଚଲାନ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଶୁଲପାଣି ସାଂସ୍କୃତିକ ଅନୁଷ୍ଠାନ ସଦସ୍ୟ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ନିମନ୍ତ୍ରିତ ଅତିଥି ଭାବେ ପଦ୍ମନ ସିଂ ଚଲାନ, ମହେନ୍ଦ୍ର ସିଂ ଚଲାନ, ପଞ୍ଚୁସର ଚଲାନ, ଜଗଦାନନ୍ଦ ରାଉତ ଉପସ୍ଥିତ ଥିଲେ। ସନ୍ତୋଷ ବୁଡେକ, ଶୁଭମ ବାରିକ, ସତ୍ୟମ ବାରିକ, ଯୁବରାଜ ବୁଡେକ ସହଯୋଗ କରିଥିଲେ

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande