ଲାଲକିଲ୍ଲା ବିସ୍ଫୋରଣ ମାମଲା: ଅଲଫଲାହ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତାଙ୍କୁ ୧୩ ଦିନିଆ ଇଡି ହେପାଜତକୁ ପଠାଗଲା
ନୂଆଦିଲ୍ଲୀ, ୧୯ ନଭେମ୍ବର (ହି.ସ.)-ଦିଲ୍ଲୀର ସାକେତ କୋର୍ଟ ଲାଲକିଲ୍ଲା ବୋମା ବିସ୍ଫୋରଣ ସହ ଜଡିତ ମାମଲାରେ ଅଲଫଲାହ ୟୁନିଭର୍ସିଟୀର ସଂସ୍ଥାପକ ଜାବେଦ ଅହମଦ ସିଦ୍ଦିକୀକୁ 13 ଦିନର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେପାଜତକୁ ପଠାଇ ଦେଇଛନ୍ତି। ଅତିରିକ୍ତ ସେସନ୍ସ ଜ
ଲାଲକିଲ୍ଲା ବିସ୍ଫୋରଣ ମାମଲା: ଅଲଫଲାହ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତାଙ୍କୁ ୧୩ ଦିନିଆ ଇଡି ହେପାଜତକୁ ପଠାଗଲା


ନୂଆଦିଲ୍ଲୀ, ୧୯ ନଭେମ୍ବର

(ହି.ସ.)-ଦିଲ୍ଲୀର ସାକେତ କୋର୍ଟ ଲାଲକିଲ୍ଲା ବୋମା ବିସ୍ଫୋରଣ ସହ ଜଡିତ ମାମଲାରେ ଅଲଫଲାହ ୟୁନିଭର୍ସିଟୀର ସଂସ୍ଥାପକ ଜାବେଦ

ଅହମଦ ସିଦ୍ଦିକୀକୁ 13 ଦିନର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେପାଜତକୁ ପଠାଇ ଦେଇଛନ୍ତି।

ଅତିରିକ୍ତ ସେସନ୍ସ ଜଜ୍ ଶୀତଲ ଚୌଧୁରୀ ପ୍ରଧାନ ୧୩ ଦିନିଆ ହେପାଜତ ନିର୍ଦ୍ଦେଶ ଜାରି କରିଛନ୍ତି।ଇଡି

ଜାବେଦ ଅହମଦ ସିଦ୍ଦିକୁ 18 ନଭେମ୍ବରରେ ଗିରଫ କରିଥିଲା। ତାଙ୍କୁ 18 ନଭେମ୍ବର ରାତି ପ୍ରାୟ

ଏକଟା ସମୟରେ କୋର୍ଟରେ ହାଜର କରାଯାଇଥିଲା।ଫରିଦାବାଦ ସ୍ଥିତ ଅଲଫଲାହ ୟୁନିଭର୍ସିଟୀ ଲାଲକିଲା

ବ୍ଲାଷ୍ଟ ପରେ ତଦନ୍ତ ସଂସ୍ଥାଗୁଡ଼ିକର ରାଡାରରେ

ରହିଛି। ଲାଲ କିଲ୍ଲା ବିସ୍ଫୋରଣ ମାମଲାରେ ଗିରଫ ହୋଇଥିବା ତିନି ଜଣ ଡାକ୍ତର ଅଲ ଫଲାହ

ବିଶ୍ୱବିଦ୍ୟାଳୟରୁ ଜଣାପଡ଼ିଥିଲା, ଯାହା ପରେ ବିଶ୍ୱବିଦ୍ୟାଳୟ ବିରୁଦ୍ଧରେ ତଦନ୍ତ ଆରମ୍ଭ

ହୋଇଥିଲା।ଇଡି ଜାବେଦଙ୍କୁ ଆତଙ୍କୀ ପାଣ୍ଠି ଏବଂ

ମନି ଲଣ୍ଡରିଂ ମାମଲାରେ ଗିରଫ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande