

ବାରିପଦା, 20 ନଭେମ୍ବର (ହି.ସ.)
ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ ଇଡି ପକ୍ଷରୁ ବଡ ଧରଣର ଚଢ଼ାଉ ପ୍ରକ୍ରିୟା ଜାରି ରହିଛି। ଭୁବନେଶ୍ୱର ଆସିଥିବା ଇଡିର ୨୦ରୁ ଉର୍ଦ୍ଧ୍ବ କର୍ମଚାରୀ ଚଢ଼ାଉରେ ସାମିଲ ହୋଇଛନ୍ତି । ଏନଜିଟି ଜୋରିମାନା ଖିଲାପୀକାରୀ ବାଲି ସୈରାତ ଲିଜଧାରୀ ଭାଲୁ ଓରଫ ପ୍ରଦୀପ ବିନ୍ଧାଣିଙ୍କ ଘରେ ଗୁରୁବାର ସକାଳୁ ଇଡିର ଚଢାଉ ହେଉଛି। ଇଡି ୨ଟି ଟିମ ଡାହିସାହି ଗ୍ରାମ ସ୍ଥିତ ପ୍ରଦୀପ ବିନ୍ଧାଣୀଙ୍କ ଘରେ ଓ ଦେଶୀ ମଦ ଭାଟିରେ ଏକ ସଙ୍ଗେ ଚଢ଼ାଉ କରିଛନ୍ତି। ବଡ଼ସାହି ଥାନା ଅଞ୍ଚଳରେ ବୁଢାବଳଙ୍ଗ ନଦୀରୁ ବେଆଇନ ବାଲି ସଇରାତ କରି ବାଲି ଉତ୍ତୋଳନକୁ ନେଇ ପୂର୍ବରୁ ଅଭିଯୋଗ ରହିଥିଲା। ଉକ୍ତ ମାମଲାରେ ତାଙ୍କୁ ୧୮କୋଟି ଟଙ୍କାର ଜରିମାନା ହୋଇଥିଲା। ଯାହାକୁ ନେଇ ସିଆରପିଏଫ କଡା ସୁରକ୍ଷା ବଳୟ ଭିତରେ ଚଢ଼ାଉ ସହ ପ୍ରଦୀପକୁ ଭୁବନେଶ୍ୱରରୁ ଆସିଥିବା ଇଡି ଟିମ ପଚରା ଉଚରା କରୁଛନ୍ତି। ଏନେଇ ଇଡି ପକ୍ଷରୁ ସବିଶେଷ ତଥ୍ୟ ପ୍ରଦାନ କରିନଥିବା ବେଳେ ଚଢ଼ାଉ ପ୍ରକ୍ରିୟା ପରେ ସୂଚନା ପ୍ରଦାନ କରାଯିବ ବୋଲି କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ