
ଭୁବନେଶ୍ୱର, 03 ନଭେମ୍ବର (ହି.ସ.) ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହିଳା କ୍ରିକେଟ୍ ବିଶ୍ୱକପ୍ରେ ଭାରତର ଐତିହାସିକ ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, “ପ୍ରଥମ ମହିଳା କ୍ରିକେଟ୍ ବିଶ୍ୱକପ୍ରେ ଟିମ୍ ଇଣ୍ଡିଆଙ୍କ ଉତ୍କୃଷ୍ଟ ବିଜୟ ପାଇଁ ଅଭିନନ୍ଦନ। ଯେତେବେଳେ ଆମେ ଇତିହାସ ତିଆରି ହେଉଥିବାକୁ ଦେଖିବା ଆମ ପାଇଁ ଗର୍ବର ମୁହୂର୍ତ । ଭାରତୀୟ ନାରୀଶକ୍ତିର ଶ୍ରେଷ୍ଠ ପ୍ରଦର୍ଶନ ଦେଖିଲୁ। ଏହା ଏକ ବ୍ୟସ୍ତ ରବିବାରର ସବୁଠାରୁ ସୁନ୍ଦର ସମାପନ ଥିଲା। ଝିଅମାନେ, ତୁମମାନଙ୍କ ବିଜୟ ଦେଶର ଲକ୍ଷେ ଲକ୍ଷ ମହିଳାଙ୍କ ଓ ସେହି ସମସ୍ତ ଝିଅମାନଙ୍କ ପାଇଁ ପ୍ରେରଣା, ଯେମାନେ ଅଲଗା ଭାବେ ସ୍ଵପ୍ନ ଦେଖିବାର ସାହସ ରଖନ୍ତି। ଏହି ‘ବ୍ୟାଣ୍ଡ ଅଫ ସିଷ୍ଟର୍ସ’କୁ ଆଗାମୀ ଦିନରେ ଅଧିକ ସଫଳତା ପାଇଁ ଅଭିନନ୍ଦନ ଓ ଶୁଭେଚ୍ଛା।”
ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି ଯେ, ଭାରତୀୟ ମହିଳା କ୍ରିକେଟ୍ ଦଳର ଏହି ଉପଲବ୍ଧି ସମଗ୍ର ଦେଶ ପାଇଁ ଗର୍ବର ବିଷୟ ଏବଂ ଏହା ଆସନ୍ତା ପିଢ଼ିର ଝିଅମାନଙ୍କୁ ବଡ଼ ସ୍ଵପ୍ନ ଦେଖିବା ଓ ସେଗୁଡିକୁ ସାକାର କରିବାର ପ୍ରେରଣା ଦେବ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ