ବିଶ୍ୱକପ ଜିତିଥିବା ଭାରତୀୟ ମହିଳା କ୍ରିକେଟ୍ ଟିମକୁ ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର, 3 ନଭେମ୍ବର (ହି.ସ.)- ବିଶ୍ୱକପ ଜିତିଥିବା ଭାରତୀୟ ମହିଳା କ୍ରିକେଟ୍ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ଭାରତୀୟ କ୍ରୀଡ଼ା ଇତିହାସରେ ଏକ ସୁବର୍ଣ୍ଣ ଅଧ୍ୟାୟ ଲିପିବଦ୍ଧ ହୋଇଛି ।
ବିଶ୍ୱକପ ଜିତିଥିବା ଭାରତୀୟ ମହିଳା କ୍ରିକେଟ୍ ଟିମକୁ     ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ


ଭୁବନେଶ୍ୱର, 3 ନଭେମ୍ବର (ହି.ସ.)- ବିଶ୍ୱକପ ଜିତିଥିବା ଭାରତୀୟ ମହିଳା

କ୍ରିକେଟ୍ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।ଏନେଇ ସୋସିଆଲ ମିଡିଆ ଏକ୍ସରେ

ନବୀନ କହିଛନ୍ତି ଯେ, ଭାରତୀୟ କ୍ରୀଡ଼ା ଇତିହାସରେ ଏକ ସୁବର୍ଣ୍ଣ ଅଧ୍ୟାୟ ଲିପିବଦ୍ଧ ହୋଇଛି ।

ଦକ୍ଷିଣ ଆଫ୍ରିକାକୁ ପରାଜିତ କରି ପ୍ରଥମ ଥର ପାଇଁ ବିଶ୍ୱକପ୍ ଜିତିଥିବା ଭାରତୀୟ ମହିଳା

କ୍ରିକେଟ ଦଳକୁ ଅଭିନନ୍ଦନ। ଏହି ବିଜୟ ଆମ ଝିଅମାନଙ୍କ ଅସୀମ କ୍ଷମତା ଓ ସମ୍ଭାବନାର ପ୍ରମାଣ।

ସମଗ୍ର ଟୁର୍ନାମେଣ୍ଟ ଅବଧିରେ ଦଳ ଯେପରି ଦୃଢ଼ ସଂକଳ୍ପ,ଦକ୍ଷତା ଓ ଧୈର୍ଯ୍ୟ ଦେଖାଇଛନ୍ତି,

ତାହା ଆଗାମୀ ପିଢ଼ି ପାଇଁ ଏକ ସୁବର୍ଣ୍ଣ ଐତିହ୍ୟ ରୂପେ ରହିବ।

ସେମାନେ ଏଭଳି ପ୍ରେରଣା ଦେଇ ଦେଶର ପ୍ରତ୍ୟେକ କ୍ରୀଡ଼ାପ୍ରେମୀଙ୍କୁ ଉତ୍ସାହିତ କରନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande