ନୂଆପଡା ସୋସେଙ୍ଗ ଓ ସୁନାବେଡା ପଞ୍ଚାୟତରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ପ୍ରଚାର କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ
ନୂଆପଡ଼ା, 07 ନଭେମ୍ବର (ହି.ସ.) କୋମନା ବ୍ଲକ ସୋସେଙ୍ଗ ପଞ୍ଚାୟତ ଓ ସୁନାବେଡା ପଞ୍ଚାୟତର ବିଭିନ୍ନ ସ୍ଥାନରେ ଦଳର ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଆଜି ଭୋଟ ପ୍ରଚାର କରିଛନ୍ତି ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ । ମନ୍ତ୍ରୀ ଙ୍କ ସହ ଚଳଚ୍ଚିତ୍ର ଅଭିନେତା ତଥା ବିଜ
ନୂଆପଡା ସୋସେଙ୍ଗ     ଓ ସୁନାବେଡା ପଞ୍ଚାୟତରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ପ୍ରଚାର କଲେ ମନ୍ତ୍ରୀ ସମ୍ପଦ     ସ୍ୱାଇଁ


ନୂଆପଡ଼ା, 07

ନଭେମ୍ବର (ହି.ସ.) କୋମନା ବ୍ଲକ ସୋସେଙ୍ଗ ପଞ୍ଚାୟତ ଓ ସୁନାବେଡା ପଞ୍ଚାୟତର ବିଭିନ୍ନ ସ୍ଥାନରେ

ଦଳର ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଆଜି ଭୋଟ ପ୍ରଚାର କରିଛନ୍ତି ରାଜ୍ୟ ଶିଳ୍ପ ମନ୍ତ୍ରୀ

ସମ୍ପଦ ସ୍ୱାଇଁ । ମନ୍ତ୍ରୀ ଙ୍କ ସହ ଚଳଚ୍ଚିତ୍ର ଅଭିନେତା ତଥା ବିଜେପି ନେତା ଅରିନ୍ଦମ ଦାସ

ସାମିଲ ହୋଇଥିଲେ।

ନୂଆପଡା କୋମନା

ବ୍ଲକ ର ସୋସେଙ୍ଗ ପଂଚାୟତର ଦେଓସିଲ ଗ୍ରାମରେ ଗ୍ରାମର ଲୋକଙ୍କୁ ନେଇ ଏକ ବୈଠକ ଆୟୋଜିତ

କରାଯାଇଥିଲା। ଗାଁର ବିକାଶ ହେଲେ ଦେଶର ବିକାଶ ହେବ ବୋଲି କହିବା ସହ ମୋଦି-ମୋହନ ସରକାର ଗ୍ରାମର

ବିକାଶ କୁ ପ୍ରାଥମିକତା ଦେଉଥିବା ମନ୍ତ୍ରୀ ପ୍ରକାଶ କରିଥିଲେ। ସୋସେଙ୍ଗ ପରେ ସୁନାବେଡା

ପଞ୍ଚାୟତରେ ବି ଗ୍ରାମବାସୀ ଙ୍କ ବୈଠକ ନେଇ ଦଳର ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବହୁ ସଂଖ୍ୟା ରେ

ପଦ୍ମ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାଇଵାକୁ ଗ୍ରାମବାସୀଙ୍କୁ ନିବେଦନ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande